ୱାସିଂଟନ: ଇରାନର ଇସଲାମିକ୍ ରିଭଲ୍ୟୁସନାରୀ ଗାର୍ଡ କର୍ପସ୍ (ଆଇଆର୍ଜିସି) ଦାବି କରିଛି ଯେ, ଆମେରିକା ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଏହା ବିଭିନ୍ନ ଦେଶରେ ଥିବା ଆମେରିକାର ୧୪ଟି ସାମରିକ ଘାଟିକୁ ଟାର୍ଗେଟ୍ କରିଛି। ଏହି ଆକ୍ରମଣରେ ଶହ ଶହ ଆମେରିକୀୟ ସୈନିକ ପ୍ରାଣ ହରାଇଛନ୍ତି। ତେବେ ୱାସିଂଟନ କୌଣସି ସୈନିକଙ୍କ ମୃତ୍ୟୁ ଦାବିକୁ ଅସ୍ୱୀକାର କରିଛି।
ଆମେରିକା-ଇସ୍ରାଏଲ ମିଳିତ ସାମରିକ ଅଭିଯାନ ପରେ ପ୍ରତିଶୋଧମୂଳକ କାର୍ଯ୍ୟାନୁଷ୍ଠାନରେ ଇରାନ କ୍ଷେପଣାସ୍ତ୍ର ଦ୍ୱାରା ପ୍ରଥମ ଶିକାର ହୋଇଥିବା ଆମେରିକୀୟ ଘାଟି ଥିଲା ବାହାରିନ। ଆମେରିକାର ପଞ୍ଚମ ଫ୍ଲିଟ୍ ନାଭାଲ୍ ବେସ୍ ଥିବା ବାହାରିନର ଜୁଫେୟାର ଅଞ୍ଚଳରେ ଘନ ଧୂଆଁର ଏକ ସ୍ତର ଦେଖିବାକୁ ମିଳିଥିଲା। ଅନେକ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣିଥିଲେ।
ତେବେ ଏହି କାର୍ଯ୍ୟାନୁଷ୍ଠାନରେ କୌଣସି ଆମେରିକୀୟ ସାମରିକ କର୍ମଚାରୀଙ୍କ ମୃତ୍ୟୁ ଘଟି ନ ଥିଲା, କାରଣ ଆମେରିକାର ପ୍ରତିରକ୍ଷା ବିଭାଗ ସମସ୍ତ ସାମରିକ କର୍ମଚାରଙ୍କ ପାଇଁ ପ୍ରସ୍ଥାନ ନୋଟିସ୍ ଦେବାର କିଛି ଘଣ୍ଟା ପରେ ଏହି ଆକ୍ରମଣ ହୋଇଥିଲା। ଇସ୍ରାଏଲ, ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ସଙ୍କଟକୁ ଦୃଷ୍ଟିରେ ରଖି ଆମେରିକାର ନାଗରିକମାନଙ୍କୁ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେବାକୁ ଆମେରିକା ଦୂତାବାସ ସତର୍କ କରାଇଛି। ବାହାରିନର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ମଧ୍ୟ ସାଇରନ୍ ବଜାଇଥିଲା ଯାହାଦ୍ୱାରା ବାସିନ୍ଦାମାନେ ସତର୍କ ଓ ସୁରକ୍ଷିତ ରହିପାରିବେ।
ଆହୁରି ପଢନ୍ତୁ: Hockey: ସବିତା ଓହରିଲେ, ସଲିମା ଅଧିନାୟକ
କୁଏତ, କତର ଓ ଜୋର୍ଡାନରେ ବିସ୍ଫୋରଣ ଶୁଣିବାକୁ ମିଳିଛି
ବାହାରିନ୍ ଏକମାତ୍ର ଆମେରିକୀୟ ଘାଟି ନୁହେଁ ଯାହା ଇରାନ କ୍ଷେପଣାସ୍ତ୍ର ଦ୍ୱାରା ଆକ୍ରମଣର ଶିକାର ହୋଇଛି। କତର, କୁଏତ ଓ ଜୋର୍ଡାନ ଭଳି ଦେଶର ଅନେକ ଘାଟି ଉପରେ ଇରାନ କ୍ଷେପଣାସ୍ତ୍ର ମାଡ଼ କରିଛି। କତରରେ ଇରାନର କ୍ଷେପଣାସ୍ତ୍ର ଅଲ୍ ଉଦୈଦ୍ ଏୟାର୍ ବେସ୍ ଉପରେ ଆକ୍ରମଣ କରିଥିଲା। କୁଏତ ଓ ଅଲ୍ ସଲିମ୍ ସାମରିକ ଘାଟିରେ ଏବଂ ଜୋର୍ଡାନରେ ମୁୱାଫାକ୍ ଅଲ୍-ସଲ୍ଟି ସାମରିକ ଘାଟିକୁ ଟାର୍ଗେଟ୍ କରାଯାଇଥିଲା। ଏହି ସମସ୍ତ ସାମରିକ ଘାଟିରେ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। ଇରାନ ପ୍ରତିଶୋଧ ନେବାବେଳେ ଆବୁଧାବିରେ ମଧ୍ୟ ବିସ୍ଫୋରଣର ଶବ୍ଦ ଶୁଣିବାକୁ ମିଳିଥିଲା। କ୍ଷେପଣାସ୍ତ୍ର ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଆବୁ ଦହାବିର ଦକ୍ଷିଣ ଭାଗରେ ଅବସ୍ଥିତ ଅଲ୍ ଧଫ୍ରା ଏୟାର୍ ବେସ୍ ଉପରେ ମଧ୍ୟ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/01/01bbs_29_01032026_112-2026-03-01-17-18-45.jpg)