ନୂଆଦିଲ୍ଲୀ: ହାଇଦ୍ରାବାଦଠାରେ ଚଳିତ ମାର୍ଚ୍ଚ ୮ରୁ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏଫ୍ଥଆଇଏଚ୍ ମହିଳା ହକି ବିଶ୍ବକପ୍ ଯୋଗ୍ୟତା ପର୍ଯ୍ୟାୟ ପୂର୍ବରୁ ଭାରତୀୟ ଦଳରେ ଏକ ମହତ୍ତ୍ବପୂର୍ଣ୍ଣ ଅଦଳ ବଦଳ ହୋଇଛି। ଭେଟେରାନ୍ ଗୋଲ୍ ରକ୍ଷକ ତଥା ଅଧିନାୟିକା ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ପ୍ରତିଯୋଗିତାରୁ ଓହରିଯିବା ପରେ ମଧ୍ୟଭାଗ ଖେଳାଳି ସଲିମା ଟେଟେ ନୂଆ ଅଧିନାୟିକା ନିଯୁକ୍ତ ହୋଇଛନ୍ତି।
ସଲିମା ଓଡ଼ିଆ ଖେଳାଳି ସୁନେଲିତା ଟପ୍ପୋ ସ୍ଥାନ ପାଇଥିବା ଭାରତୀୟ ଦଳର ନେତୃତ୍ବ ଇଂଲଣ୍ଡ, ସ୍କଟଲାଣ୍ଡ୍, କୋରିଆ, ଇଟାଲି, ଉରୁଗୁଏ. ୱେଲ୍ସ ଓ ଅଷ୍ଟ୍ରିଆକୁ ନେଇ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ନେବେ। ଏମାନଙ୍କ ମଧ୍ୟରୁ ତିନିଟି ଦଳ ବେଲଜିୟମ ଓ ନେଦରଲାଣ୍ଡ୍ସରେ ଅଗଷ୍ଟ ମାସରେ ଖେଳାଯିବାକୁ ଥିବା ବିଶ୍ବକପ୍ ଲାଗି ଯୋଗ୍ୟତା ଅର୍ଜନ କରିବେ। ଇଂଲଣ୍ଡ, କୋରିଆ, ଇଟାଲି ଓ ଅଷ୍ଟ୍ରିଆ ପୁଲ୍-ଏ’ରେ ଅଛନ୍ତି। ଅନ୍ୟପକ୍ଷରେ ଆୟୋଜକ ଭାରତ ସମେତ ସ୍କଟଲଣ୍ଡ୍, ଉରୁଗୁଏ, ୱେଲ୍ସ ପୁଲ-ବି’ରେ ସ୍ଥାନ ପାଇଛନ୍ତି।
ଆହୁରି ପଢ଼ନ୍ତୁ: Supporter of Khemeini: କରାଚିରେ ଖେମିନିଙ୍କ ସମର୍ଥକଙ୍କ ଉପରେ ଆମେରିକା ସୈନ୍ୟଙ୍କ ଗୁଳିମାଡ଼: ୧୨ ମୃତ
ସବିତା ଓହରିବା ପରେ ଭାରତୀୟ ଦଳର ଗୋଲ୍ରକ୍ଷଣ ଭାର ଦୁଇ ନବାଗତ ଓ ଯୁବ ତାରକା ବାଂଶୁରୀ ସୋଲାଙ୍କି ଓ ବିଚୁଦେବି ଖରିବାମଙ୍କ କାନ୍ଧରେ ନ୍ୟସ୍ତ ରହିବ। ସବିତା ଏହି ପ୍ରତିଯୋଗିତା ପାଇଁ ଆୟୋଜିତ ହୋଇଥିବା ଜାତୀୟ ପ୍ରଶିକ୍ଷଣ ଶିବିରରେ ବ୍ୟକ୍ତିଗତ କାରଣ ପାଇଁ ଯୋଗ ଦେଇ ନଥିଲେ। ଏହି ପ୍ରତିଯୋଗିତା ମଧ୍ୟ ସମାନ କାରଣ ପାଇଁ ଖେଳିବେ ନାହିଁ ସେ। ଏଣୁ ସଲିମା ଭାରତୀୟ ଦଳର ନେତୃତ୍ବ ନେବେ ବୋଲି ହକି ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ଆହୁରି ପଢ଼ନ୍ତୁ: hockey worldcup: ଗୋଲ୍ ପିଛା ୧୦୦ ଗଛ: ହକି ବିଶ୍ବକପ୍ରେ ବନୀକରଣ ବାର୍ତ୍ତା
ଭାରତୀୟ ଦଳ:ଗୋଲ୍ରକ୍ଷକ-ବାଂଶୁରୀ ସୋଲାଙ୍କି, ବିଚୁଦେବୀ ଖରିବାମ। ରକ୍ଷଣଭାଗ-ସୁଶୀଳା ଚାନୁ ପୁଖରାମବମ୍, ନିକ୍କି ପ୍ରଧାନ, ମନୀଷା ଚୌହ୍ବାନ, ଉଦିତା, ଈଶିକା ଚୌଧୁରୀ। ମଧ୍ୟଭାଗ: ନେହା, ସଲିମା ଟେଟେ (ଅଧିନାୟିକା), ସୁନେଲିତା ଟପ୍ପୋ, ସାକ୍ଷୀ ରାଣା, ବୈଷ୍ଣବୀ ବିଠଲ ଫାଲ୍କେ, ରୁତୁଜା ଦାଦାସୋ ପିସାଲ, ଦୀପିକା ସୋରେଙ୍ଗ। ଅଗ୍ରଭାଗ- ନଭନୀତ କୌର, ଈଶିକା, ଲାଲରେମସିଆମି, ବିୟୁଟୀ ଡଙ୍ଗଡୁଙ୍ଗ, ବଲଜୀତ କୌର, ଅନୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/03/01/01bbs_36_01032026_112-2026-03-01-17-12-44.jpg)