ବିମାନ ଯାତ୍ରା ଏବେ ସୁରକ୍ଷିତ! ଯାତ୍ରୀଙ୍କ କୋଭିଡ୍‌ ସଂକ୍ରମଣ ଆଶଙ୍କା ସର୍ବନିମ୍ନ: ଆଇଏଟିଏ

ଓଡ଼ିଶାରୁ ପଶ୍ଚିମବଙ୍ଗ ଯିବାକୁ ହେଲେ ଆବଶ୍ୟକ କି କୋଭିଡ ନେଗେଟିଭ ରିପୋର୍ଟ, ଜାଣନ୍ତୁ କ'ଣ କହେ ତାଜା ନିୟମ

Image Courtesy of India Today

ନୂଆଦିଲ୍ଲୀ : କରୋନା ମହାମାରୀ ବିଶ୍ବବାସୀଙ୍କୁ ଅଭୂତପୂର୍ବ ଭାବେ କଲବଲ କରିବା ସହ ବିଶ୍ବ ଅର୍ଥନୀତିକୁ ଛାରଖାର କରିଦେଇଛି। ତେବେ ବିମାନଯାତ୍ରାରେ କୋଭିଡ୍‌-୧୯ର ସଂକ୍ରମଣ ସର୍ବନିମ୍ନ ରହିଥିବାରୁ ବିମାନ ଯାତ୍ରୀଙ୍କୁ ଏ ନେଇ ଆଶ୍ବସ୍ତ କରିଛି ଆନ୍ତର୍ଜାତିକ ବିମାନ ପରିବହନ ସଂଘ(ଆଇଏଟିଏ)।

ମିଳିଥିବା ତଥ୍ୟାନୁଯାୟୀ, ଚଳିତ ବର୍ଷ ପ୍ରାରମ୍ଭରୁ ଏଯାଏ ବିଶ୍ବତମାମ ମୋଟ ୧୨୦ କୋଟି ଯାତ୍ରୀ ବିମାନ ଯାତ୍ରା କରିଥିବା ବେଳେ ମାତ୍ର ୪୪ଟି ସଂକ୍ରମଣ ମାମଲା ନଜରକୁ ଆସିଛି। ଏପରିକି ଏଥିରୁ ସଂଖ୍ୟାଧିକ ମାମଲା କୋଭିଡ୍‌ ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଫେସ୍‌ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବା ଆଗରୁ ହିଁ ସଂଘଟିତ ହୋଇଥିବା ଆଇଏଟିଏ କହିଛି। ସୁତରାଂ ଚଳିତ ବର୍ଷ ବିମାନ ଯାତ୍ରା ବେଳେ ହାରାହାରି ୨୭ ନିୟୁତରେ ଜଣେ ମାତ୍ର ସଂକ୍ରମିତ ହୋଇଛନ୍ତି ଯାହା କି ଅତି ନଗଣ୍ୟ ବୋଲି ଆଇଏଟିଏ ଭେଷଜ ପରାମର୍ଶଦାରା ଡା. ଡେଭିଡ୍‌ ପାୱେଲ କହିଛନ୍ତି। ଯଦି ମୋଟ ଯାତ୍ରୀ ସଂଖ୍ୟାର ୯୦ ପ୍ରତିଶତକୁ ଛାଡ଼ି ମାତ୍ର ୧୦ ପ୍ରତିଶତକୁ ମଧ୍ୟ ବିଚାରକୁ ନିଆଯାଏ, ତଥାପି ହାରାହାରି ୨୭ ଲକ୍ଷରେ ଜଣେ ବିମାନ ଯାତ୍ରୀ ସଂକ୍ରମିତ ହୋଇଛନ୍ତି ଯାହା କି ଆଶ୍ବସ୍ତିଜନକ ବୋଲି ଡା. ପାୱେଲ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe