ମୁମ୍ବାଇ ଯାଉଥିବାବେଳେ ବିମାନରେ ମାଡ଼ ହେଲା ପକ୍ଷୀ, ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

Advertisment
ମୁମ୍ବାଇ ଯାଉଥିବାବେଳେ ବିମାନରେ ମାଡ଼ ହେଲା ପକ୍ଷୀ, ଜରୁରୀ ଅବତରଣ କଲା ଭିସ୍ତାରା ବିମାନ

ମୁମ୍ବାଇ: ଆଜି ବାରାଣାସୀର ଲାଲ ବାହାଦୂର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ମୁମ୍ବାଇ ଯାଉଥିବା ଏକ ବିମାନ ଜରୁରୀ ଅବତରଣ କରିଛି | କୁହାଯାଉଛି ଯେ ଏକ ପକ୍ଷୀ ବିମାନରେ ମାଡ ହେବାରୁ ବିମାନକୁ ଜରୁରୀ ଅବତରଣ କରାଇବାକୁ ପଡିଥିଲା | ତେବେ ଏହି ଦୁର୍ଘଟଣାରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ ଓ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି |ବିମାନବନ୍ଦର ଅଧିକାରୀମାନେ ପହଞ୍ଚି ଯାଞ୍ଚ କରିଛନ୍ତି।

ସୂଚନା ଅନୁଯାୟୀ, ବାରାଣସୀରୁ ମୁମ୍ବାଇ ଅଭିମୁଖେ ଯାଉଥିବା ଭିସ୍ତାରା ଏୟାରଲାଇନ୍ସର (ୟୁକେ ୬୨୨) ବିମାନ ଆଜି ଅପରାହ୍ନ ୪ଟା ୧୦ ମିନିଟ ସମୟରେ ଉଡାଣ କରିବାକୁ ଯାଉଥିଲା | ଆଉ ଏହି ସମୟରେ ଏକ ପକ୍ଷୀ ମାଡ ହୋଇଥିଲା | ଯାହାପରେ ବିମାନର ପାଇଲଟ ତୁରନ୍ତ ଏଟିସି ସହ ଯୋଗାଯୋଗ କରିଥିଲେ | ଏଟିସି ଅଧିକାରୀମାନେ ତାଙ୍କୁ ବିମାନକୁ ଫେରାଇ ଆଣି ଯାଞ୍ଚ କରିବାକୁ ପରାମର୍ଶ ଦେଇଥିଲେ | ଏହା ପରେ ପାଇଲଟ ଜରୁରୀକାଳୀନ ଅବତରଣ କରି ବିମାନକୁ ଏୟାରପୋର୍ଟ ଫେରାଇଆଣିଥିଲେ । ଏହାପରେ ତୁରନ୍ତ ଇଂଜିନିୟରମାନେ ରନୱେରେ ପହଞ୍ଚି ବିମାନର ଯାନ୍ତ୍ରିକ ଯାଞ୍ଚ କରିଥିଲେ | ସେହିପରି ବିମାନରେ ୧୦୧ ଜଣ ଯାତ୍ରୀ ଥିବାବେଳେ କୌଣସି କ୍ଷୟକ୍ଷତି ହୋଇନାହିଁ |

ସୂଚନା ଥାଉ କି ଦୁଇ ଦିନ ପୂର୍ବେ ପ୍ରୟାଗରାଜରେ ସେନାର ଏକ ଚିତା ହେଲିକପ୍ଟର ମଧ୍ୟ ଜରୁରୀ ଅବତରଣ କରିଥିଲା। ଏହି ହେଲିକପ୍ଟରଟି ରାଞ୍ଚିରୁ ପ୍ରୟାଗରାଜକୁ ଆସୁଥିଲା। ତେବେ ଉଡାଣ ସମୟରେ ପାଇଲଟମାନେ ହେଲିକପ୍ଟରରେ ଯାନ୍ତ୍ରିକ ତ୍ରୁଟି ଥିବାର ଜାଣିବାକୁ ପାଇଥିଲେ। ଏହା ପରେ ପାଇଲଟମାନେ ମଧ୍ୟାହ୍ନ ୧୨ଟା ସମୟରେ କରଚାନାର ବେଦନ ଗ୍ରାମ ନିକଟରେ ହେଲିକପ୍ଟରକୁ ଅବତରଣ କରିଥିଲେ। ଏହା ପରେ ପ୍ରୟାଗରାଜରେ ଥିବା ସେନା ଷ୍ଟେସନକୁ ସୂଚନା ଦିଆଯାଇଥିଲା। ବୈଷୟିକ ଦଳକୁ ଦୁଇଟି ହେଲିକପ୍ଟରରେ ଆସି ଯାନ୍ତ୍ରିକ ତ୍ରୁଟିକୁ ସଜାଡ଼ିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe