ଏପ୍ରିଲ ୨୦୨୧ରୁ ଦେଶର ସମସ୍ତ କାର ପାଇଁ ବାଧ୍ୟତାମୂଳକ ହେବ ଏୟାରବ୍ୟାଗ

Advertisment
ଏପ୍ରିଲ ୨୦୨୧ରୁ ଦେଶର ସମସ୍ତ କାର ପାଇଁ ବାଧ୍ୟତାମୂଳକ ହେବ ଏୟାରବ୍ୟାଗ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ, ଗାଡ଼ି ଆଗରେ ଥିବା ଯାତ୍ରୀ ଆସନ ପାଇଁ ଏୟାରବ୍ୟାଗ ଲଗାଇବାକୁ ବାଧ୍ୟତାମୂଳକ କରିବା ପାଇଁ ନିଷ୍ପତ୍ତି ନେଇଛି। ଏଥିପାଇଁ ଯାନବାହାନରେ ସୁରକ୍ଷା ବୈଶିଷ୍ଟ୍ୟ ସହିତ କାରବାର କରୁଥିବା ଅଟୋମୋବାଇଲ୍‌ ଇଣ୍ଡଷ୍ଟ୍ରି ଷ୍ଟାଣ୍ଡାର୍ଡ (ଏଆଇଏସ୍‌)କୁ ସଂଶୋଧନ କରିବା ପାଇଁ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଚିଠା (ଡ୍ରାଫ୍ଟ) ବିଜ୍ଞପ୍ତିରେ ପ୍ରସ୍ତାବ ଦିଆଯାଇଛି।

ଏହି ନୂତନ ପ୍ରସ୍ତାବ ଅନୁଯାୟୀ ଦେଶର ସମସ୍ତ କାରରେ ଯାତ୍ରୀ ସିଟ୍‌ ପାଇଁ ଏୟାରବ୍ୟାଗ ବାଧ୍ୟତାମୂଳକ କରାଯିବା ଆବଶ୍ୟକ। ଆଉ ଏହାର କାର୍ଯ୍ୟାନ୍ଵୟନ ପାଇଁ ସମୟସୀମା ହେଉଛି ନୂତନ ମଡେଲଗୁଡିକ ପାଇଁ ୧ ଏପ୍ରିଲ ୨୦୨୧ ଏବଂ ପ୍ରଚଳିତ ମଡେଲଗୁଡିକ ପାଇଁ ୧ ଜୁନ୍‌ ୨୦୨୧। ପ୍ରକାଶିତ ବଜ୍ଞପ୍ତିରେ କୁହାଯାଇଛି, ‘ବ୍ୟୁରୋ ଅଫ୍‌ ଇଣ୍ଡିଆନ୍‌ ଷ୍ଟାଣ୍ଡାର୍ଡ ଆକ୍ଟ ଅଧୀନରେ ସଂପୃକ୍ତ ବ୍ୟୁରୋ ଅଫ୍‌ ଇଣ୍ଡିଆ ଷ୍ଟାଣ୍ଡାର୍ଡସ୍‌ (ବିଏସ୍‌) ନିର୍ଦ୍ଦିିଷ୍ଟ ସମୟ ମଧ୍ୟରେ ସଂଶୋଧିତ ହେବା ପର୍ଯ୍ୟନ୍ତ ଏଭଳି ଏୟାରବ୍ୟାଗ ଆବଶ୍ୟକ ହେବ।

publive-image Tech India

ଯାତ୍ରୀଙ୍କୁ ସୁରକ୍ଷା ଦେବା ଓ ଯାନଗୁଡିକରେ ସର୍ବାଧିକ ସୁରକ୍ଷା ବୈଶିଷ୍ଟ୍ୟ ରହିବା ଉଚିତ ଏବଂ ଏ କ୍ଷେତ୍ରରେ କୌଣସି ପ୍ରକାରର ବୁଝାମଣା କରାଯିବ ନାହିଁ ବୋଲି ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି। ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ କାରଗୁଡ଼ିକରେ ସ୍ପିଡ୍‌ ଆଲର୍ଟ, ରିଭର୍ସ ପାର୍କିଂ ସେନ୍‌ସର, ଏବଂ ସିଟ୍‌-ବେଲ୍‌ଟ ରିମାଇଣ୍ଡର୍‌ ଭଳି ସ୍ୱଳ୍ପ ମୂଲ୍ୟର ସୁରକ୍ଷା ଅନ୍ତର୍ଭୂକ୍ତଗୁଡିକ ଅଧିକାଂଶ କାରରେ ଏବେ ମାନକ ବୈଶିଷ୍ଟ୍ୟ ହୋଇପାରିଛି। କିନ୍ତୁ ଜୀବନ ରକ୍ଷାକାରୀ ଏୟାରବ୍ୟାଗ ଏପର୍ଯ୍ୟନ୍ତ ବାଧ୍ୟତାମୂଳକ ହୋଇପାରି ନାହିଁ। ଏହି ପଦକ୍ଷେପ ଏଣ୍ଟ୍ରି-ଲେଭଲ୍‌ କାରଗୁଡିକର ମୂଲ୍ୟକୁ ୫,୦୦୦ରୁ ୮,୦୦୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe