ଗ୍ରୀସ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା ‘ବିପଜ୍ଜନକ ସାମଗ୍ରୀ’ ନେଇ ଯାଉଥିବା ୟୁକ୍ରେନୀୟ କମ୍ପାନିର ବିମାନ

Advertisment
ଗ୍ରୀସ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳିଗଲା ‘ବିପଜ୍ଜନକ ସାମଗ୍ରୀ’ ନେଇ ଯାଉଥିବା ୟୁକ୍ରେନୀୟ କମ୍ପାନିର ବିମାନ

Image Courtesy of Reuters

ଆଥେନ୍‌ସ୍‌: ଶନିବାର ରାତିରେ ଉତ୍ତର ଗ୍ରୀସ୍‌ ଅନ୍ତର୍ଗତ ପାଲିଓକୋରି କାଭାଲାସ୍‌ ନଗରୀ ନିକଟରେ ଗୋଟାଏ ବିରାଟ ମାଲ୍‌ବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଫାଟିଯାଇ ଅଗ୍ନିପିଣ୍ଡୁଳାରେ ପରିଣତ ହୋଇଯାଇଥିବା କଥା ଅଗ୍ନିଶମ ବାହିନୀ ଏବଂ ରାଷ୍ଟ୍ରାୟତ ଟେଲିଭିଜନ୍‌ କହିଛନ୍ତି।

ରାଷ୍ଟ୍ରାୟତ ଟେଲିଭିଜନ୍‌ ‘ଇଆର୍‌ଟି’ ରିପୋର୍ଟ କରିଛି‌ ଯେ, ଏକ ୟୁକ୍ରେନୀୟ କମ୍ପାନି ମାଲିକାନାରେ ଥିବା ଉକ୍ତ ‘ଆଣ୍ଟୋନୋଭ୍ ଏଏନ୍‌-୧୨’ ବିମାନ ସର୍ବିୟାରୁ ଜୋର୍ଡାନ୍‌ ଯାଉଥିଲା। ଇଞ୍ଜିନ୍‌ରେ ସମସ୍ୟା ଦେଖା ଦେବାରୁ ଜରୁରୀକାଳୀନ ଅବତରଣ ନିମନ୍ତେ ପାଇଲଟ୍‌ ଅନୁରୋଧ କରିଥିଲେ, କିନ୍ତୁ ସ‌େତେବେଳେ ବିମାନଟିର ‘ସିଗ୍‌ନାଲ୍‌’ ଆସୁ ନ ଥିଲା।

‘ଇଆର୍‌ଟିନିଉଜ୍‌.ଜିଆର୍‌’ରେ ଅପ୍‌ଲୋଡ୍‌ ହୋଇଥିବା ଭିଡିଓ ଫୁଟେଜ୍‌ରେ ଦେଖାଯାଉଛି ଜଳନ୍ତା ବିମାନଟିଏ ଦ୍ରୁତ ଗତିରେ ତଳକୁ ଖସୁଛି। ବିସ୍ଫୋରଣ ଯୋଗୁଁ ସେଥିରେ ନିଆଁ ଲାଗିଯାଇଥିବା ପରି ମନେହେଉଛି। ବିମାନଟି କେଉଁ ପ୍ରକାରର ତାହା ଅଗ୍ନିଶମ ବାହିନୀର କର୍ମଚାରୀମାନେ କହି ପାରୁ ନ ଥିଲେ ମଧ୍ୟ ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ, ସେଥିରେ ୮ଜଣ ଲୋକ ଥିଲେ। ସେଥିରେ କୌଣସି ‘ବିପଜ୍ଜନକ ସାମଗ୍ରୀ’ ଯାଉଥିଲା ବୋଲି ସେମାନେ କହୁଛନ୍ତି।

publive-image Image Courtesy The Guardian

ସରକାରୀ ଅଧିକାରୀମାନଙ୍କ କହିବା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ହୋଇ ଜଳୁଥିବା ବିମାନରୁ ନିଆଁ ଲିଭାଇବା ଲାଗି ୭ଟି ଦମକଳ ଏବଂ ୧୫ଜଣ ଅଗ୍ନିଶମ ସେବା କର୍ମଚାରୀଙ୍କୁ ମୁତୟନ କରାଯାଇଥିଲା। କିନ୍ତୁ, ବିସ୍ଫୋରଣ ଘଟୁଥିବାରୁ ସେମାନେ ଜଳନ୍ତା ବିମାନ ନିକଟରେ ପହଞ୍ଚି ପାରୁ ନ ଥିଲେ।

‘ଆଥେନ୍‌ସ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ କରିଛି, ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି, ଶନିବାର ରାତିରେ ସେ ଅଞ୍ଚଳ ଦେଇ ଉଡ଼ିଯାଉଥିବା ‘ଆଣ୍ଟୋନୋଭ୍ ଏଏନ୍‌-୧୨’ ବିମାନଟିରେ ନିଆଁ ଲାଗିଯାଇଥିଲା ଏବଂ ସେମାନେ ବିସ୍ଫୋରଣ ଶବ୍ଦ ମଧ୍ୟ ଶୁଣିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe