ରାହୁଲ ଫେରିବା ବେଳେ ବିମାନ ଅବତରଣରେ ଅସୁବିଧା

Advertisment
ରାହୁଲ ଫେରିବା ବେଳେ ବିମାନ ଅବତରଣରେ ଅସୁବିଧା

www.jagran.com

ନୂଆଦିଲ୍ଲୀ : ରାହୁଲ ଗାନ୍ଧୀ ଏବଂ ଅନ୍ୟ ବିରୋଧୀଦଳ ନେତାମାନେ ଶନିବାର କଶ୍ମୀର ଗସ୍ତରେ ଯାଇଥିଲେ। କିନ୍ତୁ ସେମାନଙ୍କୁ ଶ୍ରୀନଗର ବିମାନ ବନ୍ଦରରୁ ଫେରାଇ ଦିଆଯାଇଥିଲା। ଫେରିବାବେଳେ ସେମାନେ ଗୋ ଏୟାରର ଏକ ବିମାନରେ ଆସିଥିଲେ। ବିମାନଟି ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ବେଳେ ଅସୁବିଧାର ସମ୍ମୁଖୀନ ହୋଇଥିଲା। ଗୋ ଏୟାରର ଜି୮-୧୪୯ ବିମାନଟି ଅବତରଣ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ସାରିଥିଲା। କିନ୍ତୁ ହଠାତ୍ ବିମାନଟିକୁ ଅବତରଣ ନକରି ସେଠାରେ କିଛି ସମୟ ନିକଟ ଆକାଶରେ ପାଇଲଟ ଉଡ଼ାଇ ରଖିଥିଲେ। କିଛି ମିନିଟ ପରେ ପାଇଲଟ୍ ସୂଚନା ଦେଇଥିଲେ ଯେ, ରନୱେ ଖାଲି ନଥିବା ଯୋଗୁ କିଛି ସମୟ ପାଇଁ ଉଡ଼ାଣ ଜାରି ରହିଥିଲା। ଏଭଳି ଘଟଣାକୁ ଗୋ ଏୟାରର ପ୍ରବକ୍ତା ସ୍ବୀକାର କରିଛନ୍ତି। ସେ କହିଛନ୍ତି, ଗୋଟିଏ ବିମାନରେ ପକ୍ଷୀ ମାଡ଼ ହେବା ସନ୍ଦେହ ହେବାରୁ ଦିଲ୍ଲୀ ଏୟାର ଟ୍ରାଫିକ୍ କଣ୍ଟ୍ରୋଲର୍‌ ପକ୍ଷରୁ ଗୋ ଏୟାର ବିମାନକୁ ନିକଟ ଆକାଶରେ ଉଡ଼ିବା ପାଇଁ କୁହାଯାଇଥିଲା। ବିମାନରେ ୧୦୦ ଜଣରୁ ଅଧିକ ଯାତ୍ରୀ ରହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe