ମଝି ଆକାଶରେ ଭାଙ୍ଗିଗଲା ବିମାନ ଦ୍ୱାର, ଘର ଛାତ ଉପରେ ପଡ଼ିଲା ଭଗ୍ନାବଶେଷ!

Advertisment
ମଝି ଆକାଶରେ ଭାଙ୍ଗିଗଲା ବିମାନ ଦ୍ୱାର, ଘର ଛାତ ଉପରେ ପଡ଼ିଲା ଭଗ୍ନାବଶେଷ!

ସିକନ୍ଦରାବାଦ: ମଝି ଆକାଶରେ ବିମାନଟି ଉଡୁଥିବା ଅବସ୍ଥାରେ ଏହାର ଏକ ଦ୍ୱାର ହୁଗୁଳି ଯାଇ ସିକନ୍ଦରାବାଦର ଜନବହୁଳ ଅଞ୍ଚଳ ଲଲାପେଟ୍‌ର ଯାଦବ ବସ୍ତିର ଏକ ଘର ଉପରେ ଖସି ପଡ଼ିଥିଲା। ବିମାନଟି ଭୂପୃଷ୍ଠ ଠାରୁ ୨,୫୦୦ ଫୁଟ୍‌ ଉଚ୍ଚରେ ଉଡୁଥିଲା ବେଳେ ଏହି ଦୁର୍ଘଟଣା ଘଟିଥିଲା। ବିମାନଟି ତେଲେଙ୍ଗାନା ଷ୍ଟେଟ୍‌ ଆଭିଏସନ ଆକାଡେମି(ଟିଏସ୍‌ଏଏ)ର ଏବଂ ଏଥିରେ ୨ ଜଣ ପାଇଲଟ୍‌ ଥିବା ଜଣାପଡ଼ିଛି।

ଏହି ଦୁର୍ଘଟଣାରେ କେହି ମୃତାହାତ ହୋଇ ନାହାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ବିମାନ ଦୁର୍ଘଟଣା ଘଟି ଯେଉଁ ଛାତ ଉପରେ ତା’ର ଭଗ୍ନାବିଶେଷ ପଡ଼ିଥିଲା ତା’ର ଠିକ୍‌ ଗୋଟାଏ ମିନିଟ୍‌ ପୂର୍ବରୁ ଜଣେ ଚିତ୍ରକର ସେହି ଛାତରେ ଉପସ୍ଥିତ ଥିଲେ। ଯୋଗକୁ ବିମାନ ଦୁର୍ଘଟଣା ହେବାର ମାତ୍ର ଅଳ୍ପ ସେକେଣ୍ଡ ପୂର୍ବରୁ ଚିତ୍ରକର ଜଣକ ଖାଇବା ପାଇଁ ଉଠି ତଳକୁ ଯାଉଥିବାରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ତେବେ, ଏହି ବିମାନ ଦୁର୍ଘଟଣା ଘଟିଥିବା ଅଞ୍ଚଳ ଲଲାପେଟ୍‌ ବାସିନ୍ଦା ଅଧିକାଂଶ ସମୟ ବିମାନକୁ ଅତି ନିକଟରୁ ଯାଉଥିବାର ଅଭିଜ୍ଞତା ପୂର୍ବରୁ କରିଛନ୍ତି। କାହିଁକି ନା ଲଲାପେଟ୍‌ରୁ ମାତ୍ର ଅଳ୍ପ କିଲୋମିଟର ଦୂରରେ ବେଗୁମପେଟ୍‌ ବିମାନ ବନ୍ଦର ଥିବାରୁ ସେଠାରେ ଲ୍ୟାଣ୍ଡ୍‌ କରିବାକୁ ଥିବା ବିମାନଗୁଡ଼ିକ ଭୂପୃଷ୍ଠରୁ ଅଳ୍ପ ଦୂରତାରେ ଉଡ଼ାଣ ଭରିଥାନ୍ତି। ତେବେ, ଅପରାହ୍ନରେ ଏହି ବିମାନର ଦ୍ୱାରା ଖାଲି ପଡୁଥିବା ସମୟରେ ସଂପୃକ୍ତ ଅଞ୍ଚଳର ବାସିନ୍ଦା ତାହାକୁ ଦେଖିବାକୁ ପାଇଥିଲେ।

publive-image

ତେବେ ୩ ଫୁଟ୍‌ ଲମ୍ବର ଏହି ମେଟାଲିକ୍‌ ଦ୍ୱାରଟି ଭାଙ୍ଗି ପଡ଼ିବା ସମୟରେ ସଂପୃକ୍ତ ଅଞ୍ଚଳର ଅନେକ ଲୋକେ ଏହାକୁ ଦେଖି ନିଜର ଅଭିଜ୍ଞତା ବ୍ୟକ୍ତ କରିଛନ୍ତି। ଏହାସହ ବିମାନ ମଧ୍ୟରେ ଥିବା ଯାତ୍ରୀମାନେ ଅଙ୍ଗେ ନିଭା କଥାକୁ ବର୍ଣ୍ଣନା କରିଛନ୍ତି। ବିମାନର ଦ୍ୱାରଟି ଯାଦବ ବସ୍ତିର ଯେଉଁ ଜି୧ ବିଲିଡିଂ ଉପରେ ଖସି ପଡ଼ିଥିଲା ସେଠାରେ ପ୍ରାୟ ୨୦୦ ପରିବାର ବସବାସ କରୁଥିବା ସୂଚନା ରହିଛି।

ତେବେ, ଏହି ବିମାନର ଦ୍ୱାର ଭାଙ୍ଗିବା ସତ୍ତ୍ୱେ ବି ବିମାନଟି ସଂପୂର୍ଣ୍ଣ ନିରାପଦର ସହ ବେଗୁମପେଟ୍‌ ବିମାନ ବନ୍ଦରରେ ଲ୍ୟାଣ୍ଡ୍‌ କରିଛି। ପାଇଲଟ୍‌, ପ୍ରଶିକ୍ଷକ ଏବଂ ଯାତ୍ରୀ ସମସ୍ତେ ସୁରକ୍ଷିତ ଅଛନ୍ତି। ବିମାନର ଦ୍ୱାର କାହିଁକି ଭାଙ୍ଗିଲା ଏହାର ତଦନ୍ତ କରାଯିବ ବୋଲି ବେସାମରିକ ବିମାନ ଚଳାଚଳର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe