ବେଙ୍ଗାଲୁରୁରେ ବିମାନବନ୍ଦର ସଦୃଶ ରେଳଷ୍ଟେସନ

ବେଙ୍ଗାଲୁରୁରେ ବିମାନବନ୍ଦର ସଦୃଶ ରେଳଷ୍ଟେସନ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ବିମାନବନ୍ଦର-ସଦୃଶ ଅତ୍ୟାଧୁନିକ ରେଳଷ୍ଟେସନରୁ ସୋମବାର ଦିନ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି। ଯାତ୍ରୀମାନେ ଏଠାରେ ବିମାନ ବନ୍ଦରର ଅନୁଭୂତି ପାଇବେ। ବ୍ୟାପାନାହାଲିଠାରେ ୩୧୪ କୋଟି ଟଙ୍କାରେ ନିର୍ମିତ ହୋଇଛି ଏହି ସାର୍ ଏମ୍ ବିଶ୍ବେଶ୍ବରାୟା ଟର୍ମିନାଲ। ଏହା ହେଉଛି ପ୍ରଥମ ଗ୍ରୀନଫିଲ୍‌ଡ ପ୍ରୋଜେକ୍ଟ (ପୂର୍ବରୁ ଅବିକଶିତ ଥିବା ପ୍ରକଳ୍ପ) ଯାହାକୁ ଭାରତୀୟ ରେଳବାଇ ବିଶ୍ବ ଶ୍ରେଣୀର ଟର୍ମିନାଲରେ ରୂପାନ୍ତରିତ କରିଛି। ‌

ବେଙ୍ଗାଲୁରୁର ‌ବିମାନ ବନ୍ଦର ଢାଞ୍ଚାରେ ଉକ୍ତ ଷ୍ଟେସନ ନିର୍ମାଣ ହୋଇଛି। ଷ୍ଟେସନରେ ସେଣ୍ଟ୍ରାଲାଇଜ ଏସି ବ୍ୟବସ୍ଥା ରହିଛି। ୭ଟି ପ୍ଲାଟଫର୍ମକୁ ନେଇ ଉକ୍ତ ଷ୍ଟେସନ ନିର୍ମାଣ ହୋଇଛି। ‌ସୌର ଶକ୍ତି ପାଇଁ ଏଠାରେ ସୌର ପ୍ୟାନେଲ ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe