ଚଳିତମାସରେ ୫ଜି ସେବା ଆରମ୍ଭ କରିବ ଏୟାରଟେଲ୍‌

Advertisment
ମହଙ୍ଗା ହେଲା ଏୟାରଟେଲର ରିଚାର୍ଜ ପ୍ଲାନ

TelecomTalk

ନୂଆଦିଲ୍ଲୀ : ଚଳିତମାସରେ ଏୟାରଟେଲ ୫ଜି ମୋବାଇଲ ଫୋନ ସେବା ଆରମ୍ଭ କରିବ। ଉକ୍ତ ସେବା ଆରମ୍ଭ ପାଇଁ କମ୍ପାନି ଏରିକ୍‌ସନ, ନୋକିଆ ଏବଂ ସାମସଙ୍ଗ ଭଳି ବିଶ୍ବସ୍ତରୀୟ କମ୍ପାନି ସହିତ ରାଜିନାମା ସ୍ବାକ୍ଷର କରିଛି। ଚଳିତମାସ ୧୫ ତାରିଖରେ ରିଲାଏନ୍ସ ଜିଓ ଇନଫୋକମ ଏହାର ସେବା ଆରମ୍ଭ କରିପାରେ ବୋଲି ପୂର୍ବରୁ ସ‌ଂକେତ ଦେଇଛି। ଯଦି ଏହା ହୁଏ ତାହେଲେ ଭାରତରେ ଏହି ଦୁଇ କମ୍ପାନି ଚଳିତମାସରୁ ହିଁ ଭାରତରେ ୫ଜି ମୋବାଇଲ ସେବା ପ୍ରଦାନ କରିବେ। ଏୟାରଟେଲ ଏମ୍‌ଡି ତଥା ସିଇଓ ଗୋପାଳ ବିଟ୍ଟଲଙ୍କ କହିବାନୁଯାୟୀ, ଦୁନିଆର ସର୍ବୋତ୍କୃଷ୍ଟ ଟେକ୍ନୋଲୋଜି ପାର୍ଟନର ସହିତ ମିଶି ଦେଶରେ ଗ୍ରାହକଙ୍କୁ ୫ଜି ସେବାର ସଂପୂର୍ଣ୍ଣ ଲାଭ ପ୍ରଦାନ କରାଯିବ।

ଦେଶରେ ୫ଜି ଟେଲିଫୋନ ସେବା ୪ଜି ସେବା ତୁଳନାରେ ମହଙ୍ଗା ହେବ। ତେବେ କେତେ ମହଙ୍ଗା ହେବ ତାହା ବଜାର ଦ୍ବାରା ହିଁ ସ୍ଥିର ହେବ ବୋଲି ନିକଟରେ ଟେଲିକମ୍‌ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଥିଲେ। ତେବେ ବିଶେଷଜ୍ଞଙ୍କ କହିବାନୁଯାୟୀ ଦେଶରେ ୪ଜି ତୁଳନାରେ ୫ଜି ସେବା ପ୍ରାରମ୍ଭିକ ପର୍ଯ୍ୟାୟରେ ୧୦ରୁ ୧୫ ପ୍ରତିଶତ ମହଙ୍ଗା ହୋଇପାରେ।

୫ଜି ଇଣ୍ଟରନେଟ୍ ସେବା ଆରମ୍ଭ ହେଲେ ଦେଶରେ ଅନେକ କିଛି ପରିବର୍ତ୍ତନ ଆସିବ। ଲୋକଙ୍କ କାର୍ଯ୍ୟ ଆହୁରି ସହଜ ହୋଇଯବ। ୫ଜି କ୍ଷେତ୍ରରେ କାର୍ଯ୍ୟ କରୁଥିବା କମ୍ପାନି ଏରିକ୍‌ସନର କହିବାନୁଯାୟୀ ଆସନ୍ତା ୫ ବର୍ଷ ମଧ୍ୟରେ ଦେଶରେ ୫୦ କୋଟିରୁ ଅଧିକ ଇଣ୍ଟରନେଟ୍ ବ୍ୟବହାରକାରୀ ହୋଇଯିବେ।

ପ୍ରଥମତଃ ଗ୍ରାହକମାନେ ଦ୍ରୁତବେଗରେ ଇଣ୍ଟରନେଟ୍ ସେବା ପାଇପାରିବେ। ଦ୍ବିତୀୟତଃ ଭିଡିଓ ଗେମିଂ କ୍ଷେତ୍ରରେ ମଧ୍ୟ ୫ଜି ବଡ଼ ପରିବର୍ତ୍ତନ ଆଣିବ। ବିନା ବଫରିଂରେ ଭିଡିଓ ଷ୍ଟ୍ରିମିଂ ସେବା ମିଳିପାରିବ। ଇଣ୍ଟରନେଟ୍ କଲରେ କଥାବାର୍ତ୍ତା ସ୍ପଷ୍ଟ ହେବ ଏବଂ ମଝିରେ ମଝିରେ କଲ୍ ବ୍ରେକ ହେବନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe