ମଥା ଭରି ସିନ୍ଦୂର ପିନ୍ଧି କାନ୍ସରେ ପହଞ୍ଚିଲେ ବିଶ୍ବ ସୁନ୍ଦରୀ ଐଶ୍ବର୍ଯ୍ୟା

ପହଲଗାମ୍‌ ଆକ୍ରମଣକୁ ଆଜି ମାସେ ପୂରିଲା। ପହଲଗାମ ଆକ୍ରମଣରେ ୨୬ ଜଣ ନୀରିହ ଭାରତୀୟଙ୍କ ଜୀବନ ଯିବା ପରେ ତା’ର ପ୍ରତିଶୋଧ ଭାବରେ ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିଛି ଭାରତୀୟ ସେନା। 

ଚଭ୍ତୂୁଚ

ନୂଅ‌ାଦିଳ୍ଲୀ: ପହଲଗାମ୍‌ ଆକ୍ରମଣକୁ ଆଜି ମାସେ ପୂରିଲା। ପହଲଗାମ ଆକ୍ରମଣରେ ୨୬ ଜଣ ନୀରିହ ଭାରତୀୟଙ୍କ ଜୀବନ ଯିବା ପରେ ତା’ର ପ୍ରତିଶୋଧ ଭାବରେ ‘ଅପରେସନ୍‌ ସିନ୍ଦୂର’ ଆରମ୍ଭ କରିଛି ଭାରତୀୟ ସେନା। 

ଗତକାଲି ହୋଇଥିବା କାନ୍ସ ରେଡ୍‌ କାର୍ପେଟରେ ନୀଳ ନୟନା ଐଶ୍ବର୍ଯ୍ୟା ରାୟ ତାଙ୍କ ସିନ୍ଥିରେ ସିନ୍ଥିଏ ସିନ୍ଦୂର ପିନ୍ଧି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। 

ମେ ୨୧ ତାରିଖରେ ଐଶ୍ବର୍ଯ୍ୟାଙ୍କୁ ପାରମ୍ପରିକ ଭାରତୀୟ ଶାଢ଼ିରେ ଦେଖିବାକୁ ମିଳିଛି। ପ୍ରସିଦ୍ଧ ଭାରତୀୟ ପୋଷାକ ଡିଜାଇନର୍‌ ମନୀଷ ମାଲହୋତ୍ରାଙ୍କ ଡିଜାଇନ୍‌ର ଶାଢ଼ି ପିନ୍ଧି ବେଶ୍‌ ଆକର୍ଷଣୀୟ ଦିଶୁଥିଲେ ଐଶ୍ବର୍ଯ୍ୟା।

ହାତବୁଣା ପୋଷାକ ସହ ଧଳା ଟିସୁ ହାତବୁଣା ଦୁପଟ୍ଟା ପକାଇଥିଲେ ଐଶ୍ବର୍ଯ୍ୟା। ଐଶ୍ୱର୍ଯ୍ୟାଙ୍କ ବହୁ-ପ୍ରତୀକ୍ଷିତ କାନ୍ସ ୨୦୨୫ ରେଡ କାର୍ପେଟ୍ ଲୁକ୍ ସଭିଙ୍କୁ ବେଶ୍‌ ପସନ୍ଦ ଆସିଛି। 

ତାଙ୍କ ମଥାର ସିନ୍ଦୂର ‘ଅପରେସନ୍‌ ସିନ୍ଦୂର’କୁ ସମର୍ଥନ ଜଣାଇବା ସହ ଦୀର୍ଘ ଦିନ ଧରି ଚାଲିଥିବା ତାଙ୍କ ଛାଡ଼ପତ୍ର ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛି। 

ଏହା ପ୍ରଥମ ଥର ନୁହେଁ ଯେ ଐଶ୍ୱର୍ଯ୍ୟା କାନ୍ସରେ ଶାଢ଼ି ପିନ୍ଧିଛନ୍ତି। ୨୦୦୨ ଏବଂ ୨୦୦୩ରେ ମଧ୍ୟ ସେ ଅନ୍ତର୍ଜାତୀୟ ସ୍ତରରେ ସୁନ୍ଦରତା ସହ ଫ୍ୟାଶନ୍ ମୁହୂର୍ତ୍ତ ସୃଷ୍ଟି କରିଥିଲେ।

ଗତ କିଛି ବର୍ଷ ମଧ୍ୟରେ କାନ୍ସରେ ତାଙ୍କ ପ୍ରଶଂସକମାନଙ୍କ ଦ୍ୱାରା ସମାଲୋଚନା କରାଯିବା ପରେ ଏହି ସୁନ୍ଦର  ମନୀଷ ମଲୋହୋତ୍ରା ଶାଢ଼ିରେ ତାଙ୍କର ପ୍ରବେଶ ସଭିଙ୍କୁ ଚକିତ କରିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe