Image Courtesy of Zee News
ହୋଜାଇ(ଆସାମ): ହିନ୍ଦୁମାନଙ୍କ ବିବାହ ବିଷୟରେ ବିବାଦୀୟ ମନ୍ତବ୍ୟ ଦେବାର ଦିନକ ପରେ ‘ଅଲ୍ ଇଣ୍ଡିଆ ୟୁନାଇଟେଡ୍ ଡେମୋକ୍ରାଟିକ୍ ଫ୍ରଣ୍ଟ୍’ର (ଏଆଇୟୁଡିଏଫ୍) ମୁଖ୍ୟ ଶନିବାର ଦିନ ମୁଁ ଲଜ୍ଜିତ ବୋଲି କହି କ୍ଷମାଭିକ୍ଷା କରିଛନ୍ତି।
ଅଜ୍ମଲ୍ କହିଛନ୍ତି, କୌଣସି ସମ୍ପ୍ରଦାୟର ଭାବାବେଗକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନ ଥିଲା। ଦେଇଥିବା ଟିପ୍ପଣୀ ପାଇଁ ଅତ୍ୟନ୍ତ ଦୁଃଖିତ। ଜଣେ ବରିଷ୍ଠ ନେତା ହିସାବରେ ମୁଁ ଏଭଳି ମନ୍ତବ୍ୟ ଦେବା ଅନୁଚିତ। ମୋ ମନ୍ତବ୍ୟ ଯୋଗୁଁ କଷ୍ଟ ପାଇଥିବା ସମସ୍ତଙ୍କୁ ମୁଁ କ୍ଷମାଭିକ୍ଷା କରୁଛି। ଏଭଳି ମନ୍ତବ୍ୟ ଯୋଗୁଁ ମୁଁ ଲଜ୍ଜିତ। ମୁଁ ଚାହେଁ ସରକାର ସଂଖ୍ୟାଲଘୁଙ୍କ ପ୍ରତି ଉଚିତ ବିଚାର କରନ୍ତୁ ଓ ସେମାନଙ୍କୁ ଶିକ୍ଷା ଏବଂ କର୍ମସଂସ୍ଥାନ ଯୋଗାଇ ଦିଅନ୍ତୁ।
Image Courtesy of ANIଜନସଂଖ୍ୟା ନିୟନ୍ତ୍ରଣ ବିଷୟରେ ବି ଚିନ୍ତା କରିବା ଉଚିତ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ଅଜ୍ମଲ୍ କହିଥିଲେ ଯେ, ଅଧିକ ସନ୍ତାନ ଜନ୍ମକରାଇବା ଲାଗି ମୁସଲ୍ମାନଙ୍କ ପରି ହିନ୍ଦୁମାନେ ସେମାନଙ୍କର ସନ୍ତାନସନ୍ତତିଙ୍କୁ ତରୁଣ ବୟସରେ ବିବାହ ଦେବା ଉଚିତ।
ଏତାଦୃଶ ମନ୍ତବ୍ୟ ପାଇଁ ଅଜ୍ମଲ୍ଙ୍କ ତୀବ୍ର ସମାଲୋଚନା କରି ‘ବିଜେପି’ ବିଧାୟକ ଦିଗନ୍ତ କଲିତା କହିଥିଲେ, ସେ ବାଂଲାଦେଶକୁ ଚାଲିଯିବା ଉଚିତ। ଆମର ତାଙ୍କଠାରୁ କିଛି ଶିକ୍ଷା କରିବାର ନାହିଁ। ଏଇଟା ରାମସୀତାଙ୍କ ଦେଶ। ଏଠାରେ ବାଂଲାଦେଶୀଙ୍କୁ ସ୍ଥାନ ନାହିଁ। ମୁସଲ୍ମାନଙ୍କଠାରୁ ଆମର ଶିଖିବାର ନାହିଁ।
Follow Us