ଦୁର୍ଘଟଣାରେ ବଞ୍ଚିଗଲା ରୋଗୀଙ୍କ ଜୀବନ, ଉଡ଼ିଗଲା ୪ଜଣଙ୍କ ପ୍ରାଣବାୟୁ

Advertisment

ଆମ୍ବୁଲାନ୍ସ ଓ ଡମ୍ପର ମଧ୍ୟରେ ଭୟାଭୟ ଦୁର୍ଘଟଣା। ‌ରୋଗୀଙ୍କୁ ନେଉ ଯାଉଥିବା ସମ୍ପର୍କୀୟଙ୍କ ଦୁର୍ଘଟଣାରେ ଉଡ଼ିଗଲା ପ୍ରାଣବାୟୁ । ସୌଭାଗ୍ୟବଶତଃ ବଞ୍ଚି ଯାଇଛି ରୋଗୀଙ୍କ ଜୀବନ।

ଆମ୍ବୁଲାନ୍ସ ଓ ଡମ୍ପର ମଧ୍ୟରେ ଭୟାଭୟ ଦୁର୍ଘଟଣା। ‌ରୋଗୀଙ୍କୁ ନେଉ ଯାଉଥିବା ସମ୍ପର୍କୀୟଙ୍କ ଦୁର୍ଘଟଣାରେ ଉଡ଼ିଗଲା ପ୍ରାଣବାୟୁ । ସୌଭାଗ୍ୟବଶତଃ ବଞ୍ଚି ଯାଇଛି ରୋଗୀଙ୍କ ଜୀବନ।

ପନନ୨

ନୂଆଦିଲ୍ଲୀ: ରାଜସ୍ଥାନର ପାଲି ଜିଲ୍ଲାରେ ଗତବୁଧବାର ଏକ ଡମ୍ପର ଆମ୍ବୁଲାନ୍ସ ମଧ୍ୟରେ ଭୟାବହ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାରେ ରୋଗୀଙ୍କ ଜୀବନ ବଞ୍ଚି ଯାଇଥିବା ବେଳେ ବାକି ଚାରିଜଣଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ଏହି ଦୁର୍ଘଟଣାକୁ ନେଇ ରୋହଟର ଇନ୍ସପେକ୍ଟର ନିରଞ୍ଜନ ସିଂହ କହିଛନ୍ତି, ରୋଗୀ ଅଶୋକଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିଲା। ତେଣୁ ଅଶୋକଙ୍କୁ ୩ଜଣ ସମ୍ପର୍କୀୟ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ହସ୍ପିଟାଲ ନେଉଥିଲେ। ଏହି ସମୟରେ ଆମ୍ବୁଲାନ୍ସର ସାମ୍ନା ଦିଗରୁ ଏକ ଡମ୍ପର ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା। ଏହି ଦୁର୍ଘଟଣା ଏତେ ଭୟାବହ ଥିଲା କି ଆମ୍ବୁଲାନ୍ସ ଚାଳକଙ୍କ ସମେତ ରୋଗୀଙ୍କ ସହିତ ଥିବା ୨ଜଣ ସମ୍ପର୍କୀୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। 

ମୃତକଙ୍କ ମଧ୍ୟରେ ମୋହିନୀ  ଦେବୀ, ଫଗଲି ଦେବୀ,ହରିରାମ ଓ ସୁନୀଲ ରହିଛନ୍ତି। ସୁନୀଲ ଆମ୍ବୁଲାନ୍ସ ଚାଳକ ଥିବା ବେଳେ ଫଗଲି ଦେବୀ ଓ ହରିରାମ ରୋଗୀ ଅଶୋକଙ୍କ ସମ୍ପର୍କୀୟ ଥିବା ବେଳେ ହରିରାମ ଥିଲେ ଟେକନିସିଆନ।

ଏହି ଦୁର୍ଘଟଣାରେ ରୋଗୀଙ୍କ ଜୀବନ ସିନା ବଞ୍ଚି ଯାଇଛି କିନ୍ତୁ ସେ ତାଙ୍କ ସମ୍ପର୍କୀୟ  ମୋହିନୀ ଦେବୀ ଓ ଫଗଲି ଦେବୀଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe