ଆପ ଛାଡିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଜୟ କୋଠିଆଲ

Advertisment
ଆପ ଛାଡିଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅଜୟ କୋଠିଆଲ

photo-live hindustan

ନୂଆଦିଲ୍ଲୀ: ସଦ୍ୟ ସମାପ୍ତ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କର୍ଣ୍ଣେଲ ଅଜୟ କୋଠିଆଲ ଆଜି ଆପରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫାକୁ ନେଇ ଉତ୍ତରାଖଣ୍ଡ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି | ସୂଚନା ଥାଉ କି ଯେ ୨୦୨୨ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ​​ଆପ ପକ୍ଷରୁ କର୍ଣ୍ଣେଲ ଅଜୟ କୋଠିଆଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଘୋଷିତ କରାଯାଇଥିଲା। ତେବେ ଦଳରୁ ଇସ୍ତଫା ଦେବା ପରେ ସେ କହିଛନ୍ତି ଯେ ଯୁବକ, ପୂର୍ବତନ ସୈନିକଙ୍କ ଭାବନାକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେଇଛନ୍ତି। କିନ୍ତୁ, ରାଜନୈତିକ ସମୀକ୍ଷକମାନେ କହିଛନ୍ତି ଯେ ଦଳରେ ତାଙ୍କୁ ଅଣଦେଖା କରାଯାଇଥିବାରୁ ସେ କ୍ଷୁବ୍ଧ ହୋଇଥିଲେ |

କାରଣ ନିକଟରେ ଦୀପକ ବାଲିଙ୍କୁ ଆପର ରାଜ୍ୟ ସଭାପତି ଦାୟିତ୍ୱ ଦିଆଯାଇଥିଲା | ଆଉ ଦୀପକ ଦାୟିତ୍ୱ ନେବା ପରେ ଏହାକୁ ନେଇ ଆପ ମଧ୍ୟରେ ମତଭେଦ ଦେଖାଦେଇଥିଲା | ଦୀପକ ଯେଉଁଦିନ ଦାୟିତ୍ୱ ନେଇଥିଲେ ସେଦିନ କର୍ଣ୍ଣେଲ ଅଜୟ କୋଠିଆଲଙ୍କୁ ଦେଖିବାକୁ ମିଳିନଥିଲା | ସମାରୋହରେ ଅନୁପସ୍ଥିତ ଥିବା ନେଇ ଯେତେବେଳେ ତାଙ୍କୁ ପଚରାଯାଇଥିଲା ସେ ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ନେଇ କହିଥିଲେ | କିନ୍ତୁ ଅଜୟ, ଦୀପକଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇନଥିଲେ

ସୂଚନା ଥାଉ କି ୨୦୨୨ ବିଧାନସଭା ନିର୍ବାଚନରେ ​​ଆମ୍ ଆଦମୀ ଦଳର କୌଣସି ପ୍ରାର୍ଥୀ ଜିତିପାରିନଥିଲେ | ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମାଗଣା ବିଦ୍ୟୁତ ଯୋଜନା ସମେତ ଅନେକ ନିର୍ବାଚନ ପ୍ରତିଶ୍ରୁତି ସତ୍ତ୍ୱେ ଆପ ନିର୍ବାଚନରେ ​​ଖାତା ମଧ୍ୟ ଖୋଲିପାରିନଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe