ଡୋଭାଲ୍ କରୁଛନ୍ତି କୋଭିଡ୍ ପରର ସୁରକ୍ଷା ସମୀକ୍ଷା, ପ୍ରଧାନମନ୍ତ୍ରୀଙ୍କୁ ଦେବେ ତିନିଟିି ଅନୁଧ୍ୟାନ ରିପୋର୍ଟ

ଡୋଭାଲଙ୍କ ସୁରକ୍ଷାରେ ତ୍ରୁଟି, ବଦଳିଲେ ୩ କମାଣ୍ଡୋ

Indian Express

ନୂଆଦିଲ୍ଲୀ : ମହାମାରୀ କୋଭିଡ୍–୧୯ ଯୋଗୁଁ ଦେଶବ୍ୟାପୀ ଲକ୍ଡାଉନ୍ ପରିସ୍ଥିତି ଜାରି ରହିଥିବା ବେଳେ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍ଏସ୍‌ଏ) ଅଜିତ୍ ଡୋଭାଲ୍ ପରିସ୍ଥିତି ବେଳର ଜାତୀୟ ସୁରକ୍ଷା ଅନୁଧ୍ୟାନରେ ବ୍ୟସ୍ତ ଅଛନ୍ତିା ସାମ୍ପ୍ରତିକ ସ୍ଥିତିରେ ଦେଶର ସୁରକ୍ଷା ସମ୍ପର୍କିତ ବ୍ୟାପକ ତଥ୍ୟ ହାସଲ ପାଇଁ ସେ ନିେର୍ଦ୍ଦଶ କରିଛନ୍ତିା ଏଥିପାଇଁ ସେ ଡେପୁଟି ଏନ୍ଏସ୍‌ଏଙ୍କ ନେତୃତ୍ବରେ ତିନିଟି ଦଳ ଗଠନ କରିଛନ୍ତି ଏବଂ ସେମାନଙ୍କ ରିପୋର୍ଟ ତୁରନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଯିବ ବୋଲି ଜଣାଯାଇଛିା

ଡୋଭାଲ୍ ପ୍ରଦାନ କରିବାକୁ ଥିବା ଏହି ରିପୋର୍ଟଗୁଡି଼କ ମୁଖ୍ୟତଃ କୋଭିଡ୍–୧୯ ପାଇଁ ଜାରି ଲକ୍ଡାଉନ୍ ସ୍ଥିତି ହଟିଲା ବେଳକୁ ଦେଶର ସମ୍ଭାବ୍ୟ ସ୍ଥିତି କିପରି ଥିବ, ସାମାଜିକ ସନ୍ତୁଳନରେ କୋଭିଡ୍–୧୯ର ପ୍ରଭାବ କିପରି ରହିଛି ଏବଂ କୋଭିଡ୍–୧୯ର ମୁକାବିଲା ପାଇଁ ଚୀନ୍ ଓ ପାକିସ୍ତାନ ଭଳି ଦେଶ କି କି ପଦକ୍ଷେପ ନେଇଛନ୍ତି ତାହା ଉପରେ ହିଁ ପର୍ଯ୍ୟବସିତ ହେବା ସେହିପରି ଦେଶରେ ଲକ୍ଡାଉନ୍ ପରବର୍ତ୍ତୀ ସ୍ଥିତି ପାଇଁ କି ପ୍ରକାର ଯୁଦ୍ଧକାଳୀନ ପଦକ୍ଷେପ ନିଆଯାଇପାରିବ ତାହା ମଧ୍ୟ ଆକଲନ କରାଯିବା ଏଥି ସହିତ ପରିବର୍ତ୍ତିତ ପରିସ୍ଥିତିର ମୁକାବିଲା ପାଇଁ ଏକ ବ୍ୟାପକ କାର୍ଯ୍ୟପନ୍ତ୍ରା ନକ୍ସା ମଧ୍ୟ ପ୍ରସ୍ତୁତ କରାଯାଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ଡୋଭାଲ୍ଙ୍କ ନିକଟ ମହଲରୁ ଜଣାଯାଇଛିା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe