ଶେଖ ହସିନାଙ୍କୁ ଭେଟିଲେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍

ଶେଖ ହସିନାଙ୍କୁ ଭେଟିଲେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ୍

ନୂଆଦିଲ୍ଲୀ : ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ନିଜ ଦେଶ ଛାଡ଼ିବା ପରେ ଏବେ ଭାରତରେ ଅଛନ୍ତି । ଆଜି ସଂଧ୍ୟାରେ ସେ ବାଂଲାଦେଶ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ  ନୂଆଦିଲ୍ଲୀ ଉପକଣ୍ଠ ଗାଜିଆବାଦରେ ଥିବା ଭାରତୀୟ ବାୟୁସେନାର ହିଣ୍ଡନ ବିମାନଘାଟିରେ ପହଞ୍ଚିଥିଲେ । ତାଙ୍କ ବିମାନ ଓହ୍ଲାଇବା ପରେ ତାଙ୍କୁ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ସ୍ବାଗତ କରିଥିଲେ । ଏହା ପରେ ଉଭୟ କିଛି ସମୟ ଆଲୋଚନା କରିବା ପରେ ହସିନାଙ୍କୁ ଏକ ଭାରତୀୟ ସେନା ଅଧିନରେ ଥିବା ଏକ ଗୁପ୍ତ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ।

ଆଉ ଏକ ସୂଚନା ଅନୁସାରେ ହସିନାଙ୍କ ବିମାନ ଭାରତୀୟ ବାୟୁସୀମାରେ ପ୍ରବେଶ କରିବା ପରେ ଭାରତୀୟ ବାୟୁସେନାର କେତୋଟି ଲଢୁଆ ବିମାନ ତାଙ୍କୁ ନୂଆଦିଲ୍ଲୀ ପର୍ଯ୍ୟନ୍ତ ସୁରକ୍ଷା ଦେଇ ଆଣିଥିଲେ ।

ସେପଟେ ବାଂଲାଦେଶର ସେନା ମୁଖ୍ୟ କହିଛନ୍ତି ଯେ ଦେଶରେ ଜରୁରୀକାଳୀନ ପରିସ୍ଥିତି କିମ୍ବା କର୍ଫ୍ୟୁ ଲାଗୁ କରିବାର କୌଣସି ଆବଶ୍ୟକତା ନାହିଁ। ଆଜି ଅର୍ଥାତ୍ ସୋମବାର ରାତି ସୁଦ୍ଧା ସମଗ୍ର ସମସ୍ୟାର ସମାଧାନ ହୋଇଯିବ ବୋଲି ସେନାମୁଖ୍ୟ କହିଛନ୍ତି। ସେନା ମୁଖ୍ୟ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶାନ୍ତ ରହିବାକୁ ଏବଂ ନିଜ ଘରକୁ ଫେରିବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe