ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଦେହାନ୍ତ

Advertisment
ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଦେହାନ୍ତ

The Week

ରାୟପୁର: ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କର ଆଜି (ଶୁକ୍ରବାର) ଅପରାହ୍ଣରେ ଦେହାନ୍ତ ହୋଇଯାଇଛି। ଅଜିତ୍‌ ଯୋଗୀ ଆଜି ଅପରାହ୍ଣରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପୁଅ ଅମିତ ଯୋଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ଅଜିତ୍‌ ଯୋଗୀଙ୍କୁ ୭୪ ବର୍ଷ ବୟସ ହୋଇଥିଲା।
ଉଲ୍ଲେଖଯୋଗ୍ୟ, ଅଜିତ୍‌ ଯୋଗୀ ଗତ ମେ ୯ ତାରଖରେ ହୃଦାଘାତର ଶିକାର ହେବାପରେ ଚିକିତ୍ସା ପାଇଁ ତାଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ, ଆଜି ପୂର୍ବହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ତାଙ୍କର ଲାଗଲାଗ ଦୁଇଟି ହୃଦ୍‌ଘାତ ହେବା ଫଳରେ ତାଙ୍କର ସ୍ୱାସ୍ଥାବସ୍ଥା ଗୁରୁତର ହୋଇ ପଡ଼ିଥିଲା। ତାଙ୍କୁ ଆଇସିୟୁ ମଧ୍ୟରେ ରଖି ଚିକିତ୍ସା କରୁଥିବା ଡାକ୍ତରମାନେ ତାଙ୍କ ସ୍ୱାସ୍ଥାବସ୍ଥା ଅତ୍ୟନ୍ତ ଗୁରୁତର ବୋଲି କହିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଆଜି ଅପରାହ୍ଣରେ ଅଜିତ ଯୋଗୀଙ୍କର ଦେହାନ୍ତ ହୋଇ ଯାଇଛି।

ଉଲ୍ଲେଖଯୋଗ୍ୟ, ଅଜିତ ଯୋଗୀ ନଭେମ୍ବର ୨୦୦୦ ରୁ ନଭେମ୍ବର ୨୦୦୩ ପର୍ଯ୍ୟନ୍ତ ନବଗଠିତ ଛତିଶଗଡ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। କଂଗ୍ରେସ ଦଳର ଜଣେ ପୁରୁଖା ନେତା ଭାବେ ବିବେଚିତ ଅଜିତ ଯୋଗୀ ୨୦୧୬ରେ କଂଗ୍ରେସ ଦଳରୁ ଅଲଗା ହୋଇ ଯାଇଥିଲେ। ପରେ ସେ ଜନତା କଂଗ୍ରେସ ଛତିଶଗଡ (ଜେ) ନାମରେ ନିଜର ଏକ ରାଜନୈତିକ ଦଳ ଗଠନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe