‌Last Rites Of Ajit Pawar: ବାରାମତିରେ ଅଜିତ୍‌ ପାୱାରଙ୍କୁ ଅଶ୍ରୁଳ ବିଦାୟ

Advertisment

ଦିବଂଗତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ବାରାମତିରେ ଶହ ଶହ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଶେଷ ହୋଇଛି। ନିଜର ପ୍ରିୟ ନେତାଙ୍କୁ ଶେଷ ବିଦାୟ ଦେବାକୁ ବାରାମତି ବିଦ୍ୟା ପ୍ରତିଷ୍ଠାନ ପଡ଼ିଆ ଲୋକାରଣ୍ୟ ପାଲଟିଥିଲା।

ଦିବଂଗତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ବାରାମତିରେ ଶହ ଶହ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଶେଷ ହୋଇଛି। ନିଜର ପ୍ରିୟ ନେତାଙ୍କୁ ଶେଷ ବିଦାୟ ଦେବାକୁ ବାରାମତି ବିଦ୍ୟା ପ୍ରତିଷ୍ଠାନ ପଡ଼ିଆ ଲୋକାରଣ୍ୟ ପାଲଟିଥିଲା।

Ajit Pawar

‌Last Rites Of Ajit Pawar Photograph: (sambad.in)

ବାରାମତି: ଦିବଂଗତ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କର ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ବାରାମତିରେ ଶହ ଶହ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ ଶେଷ ହୋଇଛି। ନିଜର ପ୍ରିୟ ନେତାଙ୍କୁ ଶେଷ ବିଦାୟ ଦେବାକୁ ବାରାମତି ବିଦ୍ୟା ପ୍ରତିଷ୍ଠାନ ପଡ଼ିଆ ଲୋକାରଣ୍ୟ ପାଲଟିଥିଲା। ଅଜିତ ପାୱାରଙ୍କ ଦୁଇ ପୁଅ ଜୟ ଓ ପାର୍ଥ ପିତାଙ୍କ ଅନ୍ତିମ ସଂସ୍କାରର ସମସ୍ତ କର୍ମ କରିଥିଲେ। ଅନ୍ତ୍ୟେଷ୍ଟିରେ ଯୋଗ ଦେବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍‌ ପ୍ରମୁଖ ବାରାମତିର ବିଦ୍ୟା ପ୍ରତି‌ଷ୍ଠାନ ପଡ଼ିଆଠାରେ ପହଞ୍ଚି ଥିଲେ। ‘ଅଜିତ ଦାଦା ଅମର ରହେ’ ସ୍ଲୋଗାନ ଭିତରେ ମହାରାଷ୍ଟ୍ର ରାଜନୀତି ଅନ୍ୟତମ ନାୟକ ଅଜିତ ପାୱାରଙ୍କୁ ବାରାମତିର ଲୋକମାନେ ବିଦାୟ ଦେଇଛନ୍ତି।

ବୁଧବାର ହୋଇଥିଲା ଦେହାନ୍ତ

ବୁଧବାର ସକାଳେ ବିମାନ ଦୁର୍ଘଟଣାରେ ୬୬ ବର୍ଷରେ ଅଜିତ ପାୱାରଙ୍କ ପର‌ଲୋକ ଘଟିଥିଲା। ବିମାନରେ ତାଙ୍କ ସହିତ ଉପସ୍ଥିତ କ୍ୟାପଟେନ୍‌ ସୁମିତ କପୁର, ପ୍ରଥମ ଅଫିସର ସମ୍ଭାବୀ ପାଠକ, ଫ୍ଲାଇଟ ଆଟେଡାଣ୍ଟ ପିଙ୍କି ମାଲି ଓ ଅଜିତ ପାୱାରଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ବିଧିତ୍ ଜାଧବଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଗୁରୁବାର ପାୱାର ପରିବାର ଦ୍ବାରା ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ବିଦ୍ୟା ପ୍ରତିଷ୍ଠାନଠାରେ ଦଳୀୟ କର୍ମୀ, ସ୍ଥାନୀୟ ଲୋକ, ନେତା, ସମର୍ଥକ ଓ ରାଜନେତାଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଏନ୍‌ସିପି ମୁଖ୍ୟଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ। ସକାଳ ୯ଟା ପର୍ଯ୍ୟନ୍ତ ଶେଷ ଦର୍ଶନ ପାଇଁ ଅଜିତଙ୍କ ମୃତଦେହ ତାଙ୍କ କାଟେବାଡ଼ି ବାସଭବନରେ ରଖାଯାଇଥିଲା। ୯.୪୫ରେ ଶୋଭାଯାତ୍ରା ମଧ୍ୟରେ ପାର୍ଥିବ ଶରୀରକୁ ବିଦ୍ୟା ପ୍ରତିଷ୍ଠାନକୁ ନିଆଯାଇଥିଲା। ରାସ୍ତାର ଦୁଇ ପାର୍ଶ୍ବରେ ହଜାର ହଜାର ସଂଖ୍ୟାରେ ଲୋକ ଉପସ୍ଥିତ ରହି ନିଜ ପ୍ରିୟ ନେତାଙ୍କ ଶେଷ ଦର୍ଶନ କରିଥିଲେ।

ଆହୁରି ପଢ଼ନ୍ତୁ: Indian-origin leaks confidential documents: ଚାଟ୍‌ଜିପିଟିରେ ଆମେରିକା ସରକାରଙ୍କ ଗୋପନୀୟ କାଗଜପତ୍ର ଲିକ୍ କରିଦେଲେ ଭାରତୀୟ ବଂଶୋଦ୍ଭବ !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe