Image Source: Hindustan Times
ମୁମ୍ବାଇ: ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟିର (ଏନ୍ସିପି) ନେତା ଅଜିତ ପାଓ୍ଵାର ମହାରାଷ୍ଟ୍ର ଲୋକମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି ବୋଲି ଶନିବାର ଦିନ ଶିବ ସେନା ନେତା ସଞ୍ଜୟ ରାଉତ କହିଛନ୍ତି।
ସେ କହିଛନ୍ତି: ଗତକାଲି ଅଜିତ ପାଓ୍ଵାର ସଭାରେ ବସିଥିଲେ। ସଭା ସମୟରେ ସେ କାହାରି ସହ ଆଖି ମିଳାଉ ନ ଥିଲେ। ତାଙ୍କର ହାବଭାବ ସନ୍ଦେହଜନକ ମନେହେଉଥିଲା। ତା’ପରେ ଜଣେ ଓକିଲଙ୍କ ସହ କାମ ଅଛି କହି ସେ ମଝିରୁ ଉଠିଗଲେ। ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିଲା। ଏବେ ଆମେ ଜାଣୁଛୁ ସେ କେଉଁ ଓକିଲଙ୍କ ପାଖକୁ ଯାଇଥିଲେ। ସେ ମହାରାଷ୍ଟ୍ର ଲୋକମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି।
ନିଜେ ଏବଂ ଏନ୍ସିପିକୁ ଅଜିତ ପାଓ୍ଵାର୍ଙ୍କ ଠାରୁ ନିଷ୍ପତ୍ତି ଠାରୁ ଦୂରେଇ ରଖି ଦଳର ମୁଖ୍ୟ ଶରଦ ପାଓ୍ଵାର କହିଛନ୍ତି ଯେ ବିଜେପିକୁ ସମର୍ଥନ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି।
Image Source: India Todayଶିବ ସେନା ନେତା ଆହୁରି ମଧ୍ୟ କହିଛନ୍ତି ଯେ ଦଳକୁ ବିଭାଜନ କରିବାକୁ ଭାରତୀୟ ଜନତା ପାର୍ଟି ଅଜିତ ପାଓ୍ଵାର୍ଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟକୁ ଲଗାଇଛି।
ସେ କହିଲେ: ଫଡ଼ନବିସ ମୁଖ୍ୟମନ୍ତ୍ରୀ ଥିବା ବେଳେ କହିଥିଲେ କି, ତାଙ୍କ (ଅଜିତଙ୍କ) ସ୍ଥାନ ଅର୍ଥର୍ ରୋଡ୍ରେ (ଜେଲ୍)। ଦଳ (ଏନ୍ସିପି) ବିଭାଜନ ଲାଗି ପ୍ରବର୍ତ୍ତନ ନିର୍ଦେଶାଳୟ ତଦନ୍ତ ଲାଗୁ କରାଗଲା କି? ଏବେ କ’ଣ କ୍ୟାବିନେଟ୍ ବୈଠକ ଅର୍ଥର୍ ରୋଡ୍ ଜେଲ୍ରେ ବସିବ?
ମହାରାଷ୍ଟ୍ର ରାଜ୍ୟ ସମବାୟ ବ୍ୟାଙ୍କ୍ର ପ୍ରାୟ ୨୫୦୦୦ କୋଟି ଟଙ୍କାର ଆର୍ଥିକ ଦୁର୍ନୀତି ମାମଲାରେ ସେପ୍ଟେମ୍ବର ମାସରେ ପ୍ରବର୍ତ୍ତନ ନିର୍ଦେଶାଳୟ ଏନ୍ସିପି ନେତା ଶରଦ ପାଓ୍ଵାର୍, ତାଙ୍କ ପୁତୁରା ଅଜିତ ପାଓ୍ଵାର୍, ଅନ୍ୟ କେତେକ ରାଜନେତ ଏବଂ ସରକାରୀ କର୍ମଚାରୀଙ୍କ ବରୋଧରେ ମାମଲା ରୁଜୁ କରିଥିଲା।
Follow Us