Body Identified By His Wristwatch Photograph: (sambad.in)
ବାରାମତି: ଆଜି ଏକ ବିମାନ ଦୁର୍ଘଟଣାରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଛି। ସେ ମୁମ୍ବାଇରୁ ବାରାମତି ଯାତ୍ରା କରୁଥିବା ବେଳେ ତାଙ୍କ ଚାର୍ଟାଡ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେ ବାରାମତିରେ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ଏକ ନିର୍ବାଚନୀ ରାଲିରେ ଯୋଗଦେବାକୁ ଯାଉଥିଲେ। ହେଲେ ଅବତରଣ ପୂର୍ବରୁ ତାଙ୍କ ବିମାନଟି ସମ୍ପୂର୍ଣ୍ଣ ଜଳିଯାଇଥିଲା।
ହାତଘଣ୍ଟା ଦେଖି ଅଜିତ୍ଙ୍କୁ ଚିହ୍ନିଲେ ପରିବାର ଲୋକେ
ଦୁର୍ଘଟଣା ପରେ ସମସ୍ତ ୫ଜଣଙ୍କର ମୃତ୍ୟୁ ହୋଇଛି। ଦୁର୍ଘଟଣାର କାରଣ ସାମ୍ନାକୁ ଆସିନଥିବା ବେଳେ ହାତଘଣ୍ଟା ଦେଖି ପରିବାର ଲୋକେ ଜୀବନ୍ତ ଦଗ୍ଧ ହୋଇଥିବା ଅଜିତ୍ଙ୍କୁ ଚିହ୍ନିଥିଲେ ବୋଲି ସାମ୍ନାକୁ ଆସିଛି। ବିମାନଟି ପୂରା ଜଳିଯିବା ସହ ଭିତରେ ଥିବା ଯାତ୍ରୀ ମଧ୍ୟ ଜଳିଯାଇଥିଲେ। ଏହା ଦ୍ବାରା ସେମାନଙ୍କୁ ଚିହ୍ନିବା କଷ୍ଟକର ହୋଇପଡ଼ିଥିଲା। ମୁହଁ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବାରୁ ଅଜିତ୍ ହାତରେ ପିନ୍ଧିଥିବା ଘଣ୍ଟା ଦେଖି ତାଙ୍କୁ ପରିବାର ଲୋକେ ଚିହ୍ନିଥିବା ସାମ୍ନାକୁ ଆସିଛି। ବିଡ଼ମ୍ବନାର ବିଷୟ ହେଉଛି, ଏନସିପିର ସରକାରୀ ନିର୍ବାଚନ ପ୍ରତୀକ ହେଉଛି ଘଣ୍ଟା।
ବିମାନର ପାଇଲଟ ଶମ୍ଭବୀଙ୍କ ଶିକ୍ଷାଗତ ଯୋଗ୍ୟତା
ଯଦି ତାଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ କୁହାଯାଏ ତେବେ ସେ ମୁମ୍ବାଇରେ ପାଠପଢ଼ିଥିଲେ। ମୁମ୍ବାଇ ବିଶ୍ୱବିଦ୍ୟାଳୟରୁ ଏରୋନଟିକ୍ସ ଓ ବିମାନ ବିଜ୍ଞାନରେ ବିଏସ୍ସି. ଡିଗ୍ରୀ ହାସଲ କରିଥିଲେ ଶମ୍ଭବୀ। ପାଇଲଟ୍ ହେବା ପାଇଁ ୨୦୧୮-୧୯ ମସିହାରେ ନ୍ୟୁଜିଲାଣ୍ଡ ଇଣ୍ଟରନ୍ୟାସନାଲ୍ କମର୍ସିଆଲ୍ ପାଇଲଟ୍ ଏକାଡେମୀରୁ ବାଣିଜ୍ୟିକ ପାଇଲଟ୍ ତାଲିମ ନେଇଥିଲେ ସେ। ନ୍ୟୁଜିଲ୍ୟାଣ୍ଡ ସିଭିଲ୍ ଏଭିଏସନ୍ ଅଥରିଟିରୁ ସେ ତାଙ୍କର ବାଣିଜ୍ୟିକ ପାଇଲଟ୍ ଲାଇସେନ୍ସ ପାଇଥିଲେ।
ରିପୋର୍ଟ ଅନୁସାରେ, ବିମାନ ଉଡ଼ାଉଥିଲେ ଅଭିଜ୍ଞ କ୍ୟାପଟେନ ସୁମିତ ଓ ଫାଷ୍ଟ ଅଫିସର ଶମ୍ଭବୀ ପାଠକ। ଦୁର୍ଘଟଣା ପରେ ଉଭୟ ପାଇଲଟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟ ଜଣେ ମୃତକ ପିଙ୍କି ମାଲି ବିମାନ ପରିଚାରିକା ଭାବରେ କାର୍ଯ୍ୟ କରୁଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନଟି ଭିଏସ୍ଆର୍ ଭେଞ୍ଚର୍ସର ମାଲିକାନା ଥିବା ଏକ ଲିଅରଜେଟ୍ ୪୫ ମଡେଲ୍ ବିମାନ ଥିଲା। ବିମାନର ପଞ୍ଜିକରଣ ନମ୍ବର ଭିଟି-ଏସ୍ଏସ୍କେ ଥିଲା।
ଆହୁରି ପଢ଼ନ୍ତୁ: Ajit Pawar Plane Crash: ବିମାନ ଦୁର୍ଘଟଣାକୁ ଷଡ଼ଯନ୍ତ୍ର କହିଲେ ଦିଦି: 'ମହାୟୁତି ମେଣ୍ଟ ଛାଡ଼ିବାକୁ ଚାହୁଥିଲେ ଅଜିତ'
Follow Us