୪୮ ବର୍ଷ ପରେ ପୁଅପାଇଁ ନିଜର ଲୋକସଭା ଆସନ ଛାଡ଼ିଛନ୍ତି ଅଜିତ ସିଂହ

Advertisment
୪୮ ବର୍ଷ ପରେ ପୁଅପାଇଁ ନିଜର ଲୋକସଭା ଆସନ ଛାଡ଼ିଛନ୍ତି ଅଜିତ ସିଂହ

photo-aajtak

ଲକ୍ଷ୍ନୌ:୨୦୧୯ ଲୋକସଭା ନିର୍ବାଚନ ଅଜିତ ସିଂହ ଓ ତାଙ୍କ ପୁଅ ଜୟନ୍ତ ଚୌଧୁରୀଙ୍କ ପାଇଁ ଏଥର ନିଜର ଆସନ ବଦଳାଇଛନ୍ତି। ଆରଏଲ ଡି ନେତା ଅଜିତ ସିଂହ ହେଉଛନ୍ତି ପୂର୍ବତନ ପ୍ରଧାତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ପୁଅ ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ। ଗତ ୨୦୧୪ ନିର୍ବାଚନରେ ଅଜିତ ସିଂହ ଉତ୍ତର ପ୍ରଦେଶର ବାଗପତ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଥିଲେ। ଅଜିତଙ୍କୁ ବିଜେପିର ସତ୍ୟପାଲ ସିଂହ ପରାସ୍ତ କରିଥିଲେ। ଏଥର ଅଜିତ ବାଗପତ ଛାଡ଼ି ମୁଜଫରନଗର ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେ ପୁଅ ଜୟନ୍ତ ଚୌଧୁରୀଙ୍କୁ ବାଗପତରୁ ନିର୍ବାଚନ ଲଢିବା ଲାଗି ଏଭଳି କରିଛନ୍ତି।

publive-image photo-naidunia

ମୁଜଫରନଗର ଆସନରୁ ବିଜେପିର ପ୍ରାର୍ଥୀ ଅଛନ୍ତି ସଂଜୀବ ବାଲିୟାନ୍‌। ଗତ ନିର୍ବାଚନରେ ସଂଜୀବ୍‌ ବିଏସପିର କାଦିର୍‌ ରାଣାଙ୍କୁ ୪ ଲକ୍ଷରୁ ଅଧି ଭୋଟରେ ପରାଜିତ କରିଥିଲେ। ୪୮ ବର୍ଷ ପରେ ଅଜିତ ସିଂହ ବାଗପତ ଆସନ ଛାଡ଼ି ମୁଜଫରନଗରରୁ ଲଢୁଛନ୍ତି। ଅପରପକ୍ଷରେ ଜୟନ୍ତ ଚୌଧୁରୀ ଏଥର ବିଜେପିର ସତ୍ୟପାଲ ସିଂହଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବାପ-ପୁଅ ଏଥର ନିର୍ବାଚନରେ ଜିତୁଛନ୍ତି କି ପରାଜୟ ବରଣ କରୁଛନ୍ତି,ତାହା ଉପରେ ରହିଛି ଲୋକଙ୍କର ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe