ଆଜମେର: ରାଜସ୍ଥାନର ଆଜମେର ଜିଲ୍ଲାରେ ଓଟ ଏବଂ ଘୋଡା ସହିତ ଏକ ଛୋଟ ଗାଈ ଚଳିତ ବର୍ଷ ଅନ୍ତର୍ଜାତୀୟ ପୁଷ୍କର ମେଳାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। 

Advertisment

ଜୟପୁରରୁ ଆସିଥିବା ପଶୁ ପାଳକ ଅଭିନବ ତିୱାରୀ ତିନୋଟି ଅନନ୍ୟ ପ୍ରଜାତିର ଗାଈ ସହିତ ମେଳାରେ ସାମିଲ ହୋଇଥିଲେ। ଏଥିରେ ପୁଙ୍ଗାନୁର, ମିନି ମାଉସ ଏବଂ ବିଚୁର ପ୍ରଜାତିର ଗାଈ ଅନ୍ତର୍ଭୁକ୍ତ ଅଛନ୍ତି। ଯେଉଁମାନଙ୍କ ଆକାର ଅନ୍ୟ ଗାଈଙ୍କ ତୁଳନାରେ ଖୁବ ଛୋଟ । କିନ୍ତୁ ଏମାନେ ସାଧାରଣ ଗାଈମାନଙ୍କ ତୁଳନାରେ ଅଧିକ କ୍ଷୀର ଦେଇଥାଆନ୍ତି। 
ଅଭିନବ ତିୱାରୀ ମେଳାରେ ଭାରତୀୟ ପ୍ରଜାତିକୁ ପ୍ରଦର୍ଶନ କରିବା ଉଦ୍ଦେଶ୍ୟ ଥିଲା  ଦେଶୀ ଗାଈମାନଙ୍କର ସଂରକ୍ଷଣ ଏବଂ ସଚେତନତାକୁ ପ୍ରୋତ୍ସାହିତ କରିବା।

ଅନ୍ତର୍ଜାତୀୟ ପୁଷ୍କର ମେଳାର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ଛୋଟିଆ ଗାଈ

ଅଧିକପଢ଼ନ୍ତୁ: ଚର୍ଚ୍ଚାରେ ଥିଲା ନବାବଙ୍କ ରାଜକୀୟ ଠାଣି: ଘର ଭିତରେ ଥିଲା ରେଳ ଷ୍ଟେସନ

ଅଭିନବ ତିୱାରୀ ଦାବି କରି କହିଛନ୍ତି, ‘ଏହି ପୁଙ୍ଗାନୁର, ମିନି ମାଉସ ଏବଂ ବିଚୁର ପ୍ରଜାତିର ଗାଈଗୁଡ଼ିକ କମ ସ୍ଥାନରେ ଏବଂ କମ୍ ଖର୍ଚ୍ଚରେ ପାଳନ କରାଯାଇପାରିବ। ପୁଙ୍ଗାନୁର ପ୍ରଜାତିର ଗାଈର ଉଚ୍ଚତା ମାତ୍ର ୧୬ ଇଞ୍ଚ ଥିବା ବେଳେ ପ୍ରତିଦିନ ପ୍ରାୟ ତିନି ଲିଟର କ୍ଷୀର ଦେଇଥାଏ।

 ସେହିପରି ମିନି ମାଉଷ ପ୍ରଜାତି ଗାଇର ଉଚ୍ଚତା ୨୮ ଇଞ୍ଚ ଥିବା ବେଳେ ଏହା ତିନିରୁ ଛଅ ଲିଟର କ୍ଷୀର ଉତ୍ପାଦନ କରିଥାଏ। ଏହି କ୍ରମରେ ଆଉ ଏକ ଗାଈ ରହିଛି ଯିଏକି ବିଚୁର ପ୍ରଜାତିର। ଏହି ପ୍ରଜାତି ଗାଈର ଉଚ୍ଚତା ୩୦ ଇଞ୍ଚ ଥିବା ବେଳେ ଏହା ପ୍ରତିଦିନ ତିନିରୁ ଛଅ ଲିଟର କ୍ଷୀର ଦେଇଥାଏ।

ପୁଙ୍ଗାନୁର ପ୍ରଜାତିର ଗାଈକୁ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ରଖାଯାଇଛି, ଯାହା ବିଷୟରେ ପ୍ରଧାନମନ୍ତ୍ରୀ ମୋଦୀ ଜାନୁଆରୀ ୨୦୨୪ରେ ମକର ସଂକ୍ରାନ୍ତିରେ ଏକ ଭିଡିଓ ସେୟାର କରିଥିଲେ। ଏହି ପ୍ରଜାତିର ଗାଈଗୁଡ଼ିକ ପୁଷ୍ଟିକର କ୍ଷୀର ପ୍ରଦାନ କରନ୍ତି। ଏମାନଙ୍କୁ  ସହଜ ଓ ସୁବିଧାରେ ସହରାଞ୍ଚଳରେ ପାଳନ କରାଯାଇପାରିବ।

ଅଧିକପଢ଼ନ୍ତୁ:ଫେସବୁକ ନିଶା ହେଲା କାଳ; ସ୍ତ୍ରୀର ଜୀବନ ନେଲା ସ୍ବାମୀ

ajmer pushkarmela