ଆଜମେର: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବାର ମାତ୍ର କେଇ ଘଣ୍ଟା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି। ଦେଶରେ କଂଗ୍ରେସ ଭୋଟ୍ବ୍ୟାଙ୍କ ରାଜନୀତି କରୁଛି ବୋଲି ସେ କହିଛନ୍ତି। ସେ ଦର୍ଶାଇଛନ୍ତି େଯ ଗୋଟିଏ ପଟେ ସରକାର ସବ୍କା ସାଥ୍ ସବ୍କା ବିକାଶ ଉପରେ ବିଶ୍ବାସ ରଖି କାର୍ଯ୍ୟ କରୁଥିବା ବେଳେ କଂଗ୍ରେସ ଭୋଟ୍ବ୍ୟାଙ୍କ ରାଜନୀତିରେ ମାତିଛି। ଆମେ ସମାଜକୁ ସାଙ୍ଗରେ ନେଇ ଆଗକୁ ଚାଲିବାକୁ ଉଦ୍ୟମ କରୁଥିବା ବେଳେ ଅନ୍ୟ କିଛି ଦଳ ସମାଜକୁ ଭାଙ୍ଗିବାକୁ ଚେଷ୍ଟାରେ ଲାଗିଛନ୍ତି ବୋଲି ମୋଦୀ କହିଛନ୍ତି। ରାଜସ୍ଥାନର ଆଜ୍ମେର ସହରରେ ଆଜି ଆୟୋଜିତ ଏକ ଜନସମାବେଶରେ ମୋଦୀ କଂଗ୍ରେସକୁ ଏଭଳି ସମାଲୋଚନା କରିଛନ୍ତି। ଜନସମାବେଶରେ ବିଜେପିକୁ ଆହ୍ବାନ ଦେଇ ମୋଦୀ କହିଛନ୍ତି, ଆଗାମୀ ସାଧାରଣ ନିର୍ବାଚନରେ କଂଗ୍ରେସ ଯେମିତି ହାର୍ ମାନିବ ସେ ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ। କଂଗ୍ରେସକୁ କୌଣସିମତେ କ୍ଷମତାକୁ ଫେରିବାକୁ ନଦେବା ପାଇଁ ମୋଦୀ ଆହ୍ବାନ ଦେଇଛନ୍ତି। ମୋଦୀ କହିଛନ୍ତି ଯେ କଂଗ୍ରେସ ଆମ ଯବାନମାନଙ୍କୁ ଉପହାସ କରୁଛି ଏବଂ ସେମାନଙ୍କ ପାରିବାପଣିଆ ଉପରେ ଅଙ୍ଗୁଳି ଉଠାଉଛି। ଏହା ବରଦାସ୍ତ କରାଯିବ ନାହିଁ ବୋଲି ସେ କହିଛନ୍ତି।
ଆଜମେର୍ ରୢାଲିରେ ବର୍ଷିେଲ ମୋଦୀ, ଭୋଟ୍ବ୍ୟାଙ୍କ ରାଜନୀତି କରୁଛି କଂଗ୍ରେସ
Advertisment
Follow Us