ଏ କେ-୪୭ରେ ଉଡ଼ାଇ ଦେବି: ଲରେନ୍‌ସ୍‌ ବିଷ୍ଣୋଇ ଗ୍ୟାଙ୍ଗ୍‌ରୁ ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ

Advertisment
ଏ କେ-୪୭ରେ ଉଡ଼ାଇ ଦେବି: ଲରେନ୍‌ସ୍‌ ବିଷ୍ଣୋଇ ଗ୍ୟାଙ୍ଗ୍‌ରୁ ସଞ୍ଜୟ ରାଉତଙ୍କୁ ହତ୍ୟା ଧମକ

ମୁମ୍ବାଇ: ଲରେନ୍‌ସ୍ ବିଷ୍ଣୋଇ ଗ୍ୟାଙ୍ଗ୍‌ରୁ ହତ୍ୟା ଧମକ ପାଇଥିବା କଥା ଥାନାରେ ଦାଏର କରିଥିବା ଅଭିଯୋଗରେ ଶିବସେନା (ୟୁବିଟି) ସାଂସଦ ସଞ୍ଜୟ ରାଉତ କହିଛନ୍ତି।

ତାଙ୍କୁ ହିନ୍ଦୁବିରୋଧୀ କହି ଗାଳିଗୁଲଜ କରିବା ସହିତ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରାଯିବା ପରି ହତ୍ୟା କରାଯିବ ବୋଲି ଅଭିଯୁକ୍ତ ଧମକ ଦେଇଛନ୍ତି। ମୋବାଇଲ୍‌ ଫୋନ୍‌ରେ ‘ଟେକ୍‌ଷ୍ଟ୍‌ ମେସେଜ୍‌’ ଜରିଆରେ ସାଂସଦ ସଞ୍ଜୟ ରାଉତ ଉକ୍ତ ହତ୍ୟା ଧମକ ପାଇଛନ୍ତି।

ହତ୍ୟାଧମକରେ ଉଲ୍ଲେଖ ଅଛି: ତୁ ଦିଲ୍ଲୀରେ ଭେଟ୍‌, ‌ତୋତେ ଏ କେ-୪୭ରେ ଉଡ଼ାଇ ଦେବି। ତୋ’ର ବି ମୂସାୱାଲା ଅବସ୍ଥା ହେବ।

ସନ୍ଦିଗ୍ଧ ଆହୁରି ମଧ୍ୟ ଉଲ୍ଲେଖ କରିଛି ଯେ, ସଞ୍ଜୟ ରାଉତ ଓ ସଲ୍‌ମାନ୍‌ ଖାନ୍‌ଙ୍କୁ ହତ୍ୟା କରାଯିବ। ‘ସଲ୍‌ମାନ୍‌ ଓ ତୁ ଫିକ୍ସ୍‌’।

publive-image Image Courtesy of ANI

ଏହି ମାମଲାରେ ପୁଣେ ପୁଲିସ ଶୁକ୍ରବାର ରାତିରେ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ମୁମ୍ବାଇ ପୁଲିସକୁ ହସ୍ତାନ୍ତର କରିଛି।

ଗଣମାଧ୍ୟମକୁ ରାଉତ କହିଛନ୍ତି, ଫୋନ୍‌ରେ ଟେକ୍‌ଷ୍ଟ ଜରିଆରେ ମୁଁ ହତ୍ୟାଧମକ ପାଇଛି।ପୁଲିସକୁ ସେ କଥା ଜଣାଇଛି। କିନ୍ତୁ, ଏ ସରକାର ଦାୟିତ୍ବବାନ ନୁହନ୍ତି। ପୂର୍ବରୁ ମ‌ଧ୍ୟ ମତେ ଧମକ ଦିଆଯାଇଥିଲା। କିନ୍ତୁ, ରାଜ୍ୟ ଗୃହମନ୍ତ୍ରୀ କହିଲେ ଚର୍ଚ୍ଚିତ ହେବାକୁ କେହି ଏମିତ କରିଛି। ବିରୋଧୀ ନେତାମାନଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାର ଯତ୍ନବାନ ନୁହନ୍ତି।

publive-image Image Courtesy of NDTV

ସେ ଆହୁରି ମଧ୍ୟ କହିଛନ୍ତି, ଏଥିପାଇଁ ସେ ଚିନ୍ତିତ ନୁହନ୍ତି। ତାଙ୍କ ସୁରକ୍ଷା ପ୍ରତ୍ୟାହାର କରି ନିଆଗଲା ବେ‌ଳେ ବି ସେ ଚିଠି ଲେଖି ନ ଥିଲେ।

ସାଂସଦ ସଞ୍ଜୟ ରାଉତ ହତ୍ୟାଧମକ ପାଇଥିବା କଥା ମଧ୍ୟ ପୁଲିସ ସୁନିଶ୍ଚିତ କରିଛି। ପୁଲିସ କହିଛି ଯେ, ରାଉତଙ୍କ ପାଖକୁ ହତ୍ୟା ଧମକ ଆସିଥିବା ଫୋନ୍‌ ନମ୍ବରକୁ ଠାବ କରିବା ଲାଗି ଉଦ୍ୟମ ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe