ଅମୃତପାଲ୍‌ ସିଂହର ସମସ୍ତ ସହଯୋଗୀଙ୍କୁ ୨୪ ଘଣ୍ଟା ଭିତରେ ମୁକ୍ତ କରିବାକୁ ପଞ୍ଜାବ ସରକାରଙ୍କୁ କହିଲେ ଅକଲ୍‌ ତଖତ୍‌ ଜାଠେଦାର୍‌

Advertisment
ଅମୃତପାଲ୍‌ ସିଂହର ସମସ୍ତ ସହଯୋଗୀଙ୍କୁ ୨୪ ଘଣ୍ଟା ଭିତରେ ମୁକ୍ତ କରିବାକୁ ପଞ୍ଜାବ ସରକାରଙ୍କୁ କହିଲେ ଅକଲ୍‌ ତଖତ୍‌ ଜାଠେଦାର୍‌

ଅମୃତସର: ଖଲିସ୍ତାନୀ ନେତା ଅମୃତପାଲ୍‌ ସିଂହର ସମସ୍ତ ସହଯୋଗୀଙ୍କୁ ମୁକ୍ତ କରିବାକୁ ସୋମବାର ପଞ୍ଜାବ ସରକାରଙ୍କୁ କହିଛନ୍ତି ଅକଲ୍‌ ତଖତ୍‌ର ଜାଠେଦାର୍‌ ଜ୍ଞାନୀ ହର୍‌ପୀତ ସିଂହ। ଏକ ଶିଖ୍‌ ସଂଗଠନର ବୈଠକରେ ଅଧ୍ୟକ୍ଷତା କରି ଜାଠେଦାର୍‌ ଏପରି କହିଛନ୍ତି। ସେ ଆହୁରି ବି କହିଛନ୍ତି ଯେ ୨୪ ଘଣ୍ଟା ମଧ୍ୟରେ ଅମୃତପାଲ୍‌ର ସମସ୍ତ ସହଯୋଗୀଙ୍କୁ ଖଲାସ ନକରାଗଲେ ସେମାନେ ‘ଖଲ୍‌ସା ୱାହିର' କିମ୍ବା ଧାର୍ମିକ ପଦଯାତ୍ରା କରିବେ। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଅମୃତପାଲ ତାଙ୍କର 'ଖାଲସା ୱାହିର'ର ଦ୍ୱିତୀୟ ପଦଯାତ୍ରା ମାର୍ଚ ୧୯ ତାରିଖରେ ଆରମ୍ଭ କରିଥାନ୍ତେ।

ଜାଠେଦାର୍‌ ଜ୍ଞାନୀ ହର୍‌ପୀତ ସିଂହଙ୍କ ଏହି ଦାବିରେ ମତ ରଖି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ କହିଛନ୍ତି କି ରାଷ୍ଟ୍ର ବିରୋଧୀ କୌଣସି କାର୍ଯ୍ୟ କରିନଥିବା ସେହି ଲୋକମାନଙ୍କୁ ଖଲାସ କରିବାକୁ ସେ ପୁଲିସ୍‌ ଡିଜିଙ୍କୁ କହିଛନ୍ତି।

ଏହା ପୂର୍ବରୁ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ସମୟରେ କିଛି ଲୋକଙ୍କ ଉପରେ ରାଷ୍ଟ୍ରୀୟ ସୁରକ୍ଷା କାନୁନ୍‌ ଲାଗିଥିବା ନେଇ ଜାଠେଦାର୍‌ ଖୁବ୍‌ ନିନ୍ଦା କରିଥିଲେ। ଶିଖ ସଂଗଠନ, ବୁଦ୍ଧିଜୀବୀ, ଶିଖ୍‌ ଆଇନଜୀବୀ, ସାମ୍ବାଦିକ, ଧାର୍ମିକ ତଥା ସାମାଜିକ ନେତାଙ୍କୁ ନେଇ ହୋଇଥିବା ଏହି ବୈଠକକୁ ନିଜେ ଜାଠେଦାର ଡାକିଥିଲେ।  ଏହି ବୈଠକରେ ପରେ ପଞ୍ଜାବର ସାମ୍ପ୍ରତିକ ପରିସ୍ଥିତି ଉପରେ ଆଲୋଚନା କରାଯାଇଥିଲା।

ସମାବେଶକୁ ସମ୍ବୋଧିତ କରି ଜାଠେଦାର୍‌ ସମସ୍ତ ଶିଖ ଯୁବକଙ୍କୁ ମୁକ୍ତ କରିବା ପାଇଁ ପଞ୍ଜାବ ସରକାରଙ୍କୁ ୨୪ ଘଣ୍ଟା ସମୟ ଦେଇଥିଲେ ଏବଂ କହିଥିଲେ ଯେ ଯଦି ଏହା କରା ନ ଯାଏ, ଶିଖ ସମ୍ପ୍ରଦାୟର କ୍ରୋଧ ବଢ଼ିବ। ସେ କିଛି ଟିଭି ଚ୍ୟାନେଲକୁ ଟାର୍ଗେଟ କରି ସେହି ଯୁବକମାନଙ୍କୁ ବିଚ୍ଛିନ୍ନତାବାଦୀ ବୋଲି କହି ଶିଖଙ୍କ ପ୍ରତି ଘୃଣାଭାବ ପ୍ରକାଶ କରିଥିବା ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe