ଗୁରୁଦ୍ବାରରେ ବାସନ ଓ ବାଥରୁମ ସଫା କରିବେ ସୁଖବୀର ବାଦଲ

ଅମୃତସରର ସ୍ବର୍ଣ୍ଣ ମନ୍ଦିରର ଅକାଳ ତଖତ ସାହିବ ସୋମବାର ସୁଖବୀର ସିଂହ ବାଦଲଙ୍କ ବିରୋଧରେ ଦଣ୍ଡାଦେଶ ଘୋଷଣା କରିଛି । ଦଣ୍ଡାଦେଶ ଅନୁସାରେ ସୁଖବୀର ବାଦଲଙ୍କୁ ବ ବାଥରୁମ ସଫା କରିବାକୁ ପଡିବ ।

badal

ଅମୃତସର: ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ଅକାଳ ତଖତ ସାହିବ ସୋମବାର ସୁଖବୀର ସିଂହ ବାଦଲଙ୍କ ବିରୋଧରେ ଦଣ୍ଡାଦେଶ ଘୋଷଣା କରିଛି । ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ ସିଂହଙ୍କୁ କ୍ଷମା ଦେବା ମାମଲାରେ ଏହି ଦଣ୍ଡାଦେଶ ଶୁଣାଯାଇଛି । ଦଣ୍ଡାଦେଶ ଅନୁସାରେ ସୁଖବୀର ବାଦଲଙ୍କୁ ଏକ ଘଣ୍ଟା ପାଇଁ ବାଥରୁମ ସଫା କରିବାକୁ ପଡିବ । ତା'ପରେ ତାଙ୍କୁ ଲଙ୍ଗର ଘରକୁ ଯାଇ ବାସନ ଧୋଇବାକୁ ପଡ଼ିବ। ଏହାପରେ ତାଙ୍କୁ କୀର୍ତ୍ତନ ଶୁଣିବାକୁ ପଡ଼ିବ। ଏଥିସହିତ ଶ୍ରୀ ସୁଖମଣି ସାହିବ ପାଠ କରିବାକୁ ପଡ଼ିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ପ୍ରକାଶ ସିଂହ ବାଦଲଙ୍କ ଠାରୁ 'ଫକର-ଏ-କୋମ୍' ପୁରସ୍କାର ପ୍ରତ୍ୟାହାର କରାଯିବ ।

ଜଥେଦାର ରଘବୀର ସିଂହ ଦଣ୍ଡାଦେଶ ଶୁଣାଇ କହିଛନ୍ତି ଯେ ସୁଖବୀର ସିଂହ ବାଦଲ ଆହତଥିବା ହେତୁ ସେ ଶ୍ରୀ ଦରବାର ସାହିବ (ସ୍ବର୍ଣ୍ଣ ମନ୍ଦିର)ର କ୍ଲକ୍ ଟାୱାର ବାହାରେ ଡ୍ୟୁଟି କରିବାକୁ ପଡିବ। ହ୍ୱିଲଚେୟାରରେ ବସି ସେ ଏହି ଡ୍ୟୁଟି କରିବେ। ସୁଖବୀର ବାଦଲଙ୍କ ସମେତ କୋର୍ କମିଟି ସଦସ୍ୟ ଏବଂ ୨୦୧୫ କ୍ୟାବିନେଟର ସଦସ୍ୟମାନେ ଡିସେମ୍ବର ୩ ତାରିଖ ମଧ୍ୟାହ୍ନ ୧୨ଟାରୁ ୧ଟା ପର୍ଯ୍ୟନ୍ତ  ବାଥରୁମ୍ ସଫା କରିବେ। ଏହାପରେ ସେ ସ୍ନାନ କରି ଲଙ୍ଗର ଘରେ ସେବା କରିବେ। ଏଥିସହ ସେମାନଙ୍କୁ ଘଣ୍ଟାଏ ବସି କୀର୍ତ୍ତନ ଶୁଣିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe