ଯୁକ୍ତରାଷ୍ଟ୍ର ଆମେରିକାରେ ଅକାଳି ଦଳ ନେତା ମନଜୀତ୍‌ ସିଂହ ଜିକେଙ୍କୁ ଆକ୍ରମଣ

ଯୁକ୍ତରାଷ୍ଟ୍ର ଆମେରିକାରେ ଅକାଳି ଦଳ ନେତା ମନଜୀତ୍‌ ସିଂହ ଜିକେଙ୍କୁ ଆକ୍ରମଣ

ନୂଆଦିଲ୍ଲୀ: ଅକାଳି ଦଳ ନେତା ଓ ଦିଲ୍ଲୀ ଶିଖ ଗୁରୁଦ୍ୱାର ପରିଚାଳନା କମିଟିର ସଦସ୍ୟ ମନ୍‌ଜୀତ୍‌ ସିଂହ ଜିକେଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାରେ ଆକ୍ରମଣ କରାଯାଇଛି।

କିଛି ଲୋକ ସିଂହଙ୍କୁ ମାରଧର କରିଥିଲେ ଓ କାଲିଫର୍ଣ୍ଣିଆର ଏକ ଗୁରୁଦ୍ୱାର ବାହାରେ ତାଙ୍କ ମୁହଁରେ କଳା ବୋଳା ଯାଇଛି। ଅକାଳି ନେତାଙ୍କ ଆକ୍ରମଣରେ ସମ୍ପୃକ୍ତ ତିନି ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।

ଆକ୍ରମଣ ସଂକ୍ରାନ୍ତରେ ପ୍ରତିକ୍ରିୟା ପ୍ରକାଶ କରି ସିଂହ କହିଛନ୍ତି ଯେ ଏ ଭଳି ଆକ୍ରମଣରେ ସେ ଦବି ଯିବେ ନାହିଁ। ସେ କହିଛନ୍ତି: ୨୦ରୁ ଊର୍ଦ୍ଧ୍ୱ ଲୋକ ତାଙ୍କୁ ଆକ୍ରମଣ କରିଥିଲେ। ସେମାନେ ଗୁରୁଦ୍ୱାରର ମର୍ଯ୍ୟାଦା ବି ରଖି ନାହାନ୍ତି। ନିରବତା ଅବଲମ୍ବନ କରି ଶାନ୍ତି ବଜାୟ ରଖିବାକୁ ମୁଁ ମୋ ସହଯୋଗୀମାନଙ୍କୁ କହିଛି। ଏହାଦ୍ୱାରା ଆମେ ଦବି ଯିବୁ ନାହିଁ।

ଗୋଟିଏ ସପ୍ତାହ ମଧ୍ୟରେ ଏଇଟା ହେଉଛି ଅକାଳି ନେତାଙ୍କ ଉପରେ ଦ୍ୱିତୀୟ ବାର ଆକ୍ରମଣ। ନ୍ୟୁୟର୍କ ଠାରେ ଅଗଷ୍ଟ ୨୧ ତାରିଖ ଦିନ କେତେକ ଖଲିସ୍ତାନ ସମର୍ଥକ ସିଂହଙ୍କୁ ଆକ୍ରମଣ କରିଥିଲେ।

ସିଂହ ଅଭିଯୋଗ କରିଛନ୍ତି ଯେ ସେ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ନ୍ୟୁୟର୍କ ଠାରେ କେତେକ ଖଲିସ୍ତାନ ସମର୍ଥକ ଆକ୍ରମଣ କରିଥିଲେ। ଏକ ଟେଲିଭିଜନ୍‌ ଷ୍ଟୁଡିଓ ବାହାରେ ତାଙ୍କୁ ଆକ୍ରମଣ କରାଯାଇଥିବା କଥା ଖବର ମିଳିଥିଲା।

ସେ ଟୁଇଟ୍‌ କରିଥିବା ଏକ ଭିଡିଓରେ ସେ ଆହୁରି କହିଛନ୍ତି ଯେ ସମ୍ପ୍ରଦାୟଙ୍କ ସେବାରୁ ତାଙ୍କୁ ଏହି ଆକ୍ରମଣ ଭୟଭୀତ କରି ପଥଚ୍ୟୁତ କରିପାରିବ ନାହିଁ। ଶେଷ ନିଃଶ୍ୱାସ ଥିବା ଯାଏଁ ସେ ଲଢ଼ିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe