ଭୋଟ ବର୍ଜନ କଲେ ଅକାଳୀ ବିଧାୟକ

Advertisment
ଭୋଟ ବର୍ଜନ କଲେ ଅକାଳୀ ବିଧାୟକ

Siasat.com

ଚଣ୍ଡିଗଡ଼ : ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ଦିନ ମତଦାନ ‌ଶେଷ ହୋଇଛି । ଅକାଳୀ ଦଳ ବିଧାୟକ ମନପ୍ରୀତ ସିଂହ ଅୟାଲି ସୋମବାର ଦିନ ଭୋଟ ଦେଇନାହାନ୍ତି। ମନପ୍ରୀତ ତାଙ୍କ ଭୋଟ ବର୍ଜନ କରିଥିବା ଫେସବୁକ୍‌ରେ ଏକ ଭିଡିଓ ପୋଷ୍ଟ୍‌ କରି ଘୋଷଣା କରିଛନ୍ତି। ମନପ୍ରୀତ କହିଛନ୍ତି, ସେ ଶିଖ୍‌ ସମ୍ପ୍ରଦାୟର ଭାବନା ପାଇଁ ଭୋଟ ବର୍ଜନ କରୁଛନ୍ତି। ସେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେବେନି କି ଯଶୱନ୍ତ ସିହ୍ନାଙ୍କୁ ମଧ୍ୟ ଭୋଟ ଦେବେନି ବୋଲି କହିଛନ୍ତି। କଂଗ୍ରେସ ୧୯୮୪ ଶିଖ୍‌ ନରସଂହାର ପାଇଁ ଦାୟୀ ଥିବାରୁ ସେ କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ୍‌ ଦେଇପାରିବେନି।

ଅନ୍ୟପକ୍ଷେ ମନପ୍ରୀତ କହିଛନ୍ତି, ‌ବିଜେପି ପାଖରୁ ତାଙ୍କର ଉଚ୍ଚ ଆଶା ଥିଲା। କିନ୍ତୁ କେନ୍ଦ୍ରରେ କ୍ଷମତାରେ ରହି ମଧ୍ୟ ସେମାନେ ପଂଜାବ ପ୍ରସଙ୍ଗର ସମାଧାନ କଲେନି। ମନପ୍ରୀତ କହିଛନ୍ତି, ଦ୍ରୌପଦୀଙ୍କୁ ପ୍ରାର୍ଥୀ ଚୟନ କରାଯିବା ପୂର୍ବରୁ ଶିଖ୍‌ ସମ୍ପ୍ରଦା‌ୟ ସହ ଯୋଗାଯୋଗ କରାଯାଇନଥିଲା। ଅନ୍ୟପକ୍ଷେ ଅକାଳୀ ଦଳ ଶାସକ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିଥିବାରୁ ସେ ଏନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe