photo-live hindustan
ଚଣ୍ଡୀଗଡ଼: ପଞ୍ଜବରେ ନିର୍ବାଚନରେ ଜିତିଲେ ବିଜେପି ସହ ମେଣ୍ଟ କରିପାରେ ଶିରୋମଣି ଅକାଳୀ ଦଳ | ଶିରୋମଣି ଅକାଳୀ ଦଳ ନେତା ବିକ୍ରମ ସିଂ ମାଜିଠିଆ ରବିବାର ଦିନ କହିଛନ୍ତି ଯେ ଯଦି ଅକାଳୀ ଦଳ- ବହୁଜନ ସମାଜ ପାର୍ଟି (ବିଏସପି) ମିଳିତ ମେଣ୍ଟ କ୍ଷମତାକୁ ଆସେ ତେବେ ପଞ୍ଜାବ ବିଧାନସଭା ନିର୍ବାଚନ ପରେ ଭାରତୀୟ ଜନତା ପାର୍ଟି ସହ ମେଣ୍ଟ କରିବାକୁ ନିଷ୍ପତ୍ତି ନେବ। ପଞ୍ଜାବର ସମସ୍ତ ୧୧୭ ବିଧାନସଭା ଆସନରେ ଆଜି ଭୋଟ୍ ହୋଇଥିବାବେଳେ ବିକ୍ରମ ସିଂ ବଡ଼ ବିବୃତ୍ତି ଦେଇଛନ୍ତି।
ବିକ୍ରମ ମାଜିଠିଆ ଏଥର ଅମୃତସର ପୂର୍ବରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ଅମୃତସର ପୂର୍ବ ଆସନରୁ ପଞ୍ଜାବ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁଙ୍କ ବିରୋଧରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିକ୍ରମ କହିଛନ୍ତି, "ମୋର ସଂଗ୍ରାମ ପଞ୍ଜାବର ଲୋକଙ୍କ ପାଇଁ। ଅମୃତସର ପୂର୍ବର ବିକାଶ ଆବଶ୍ୟକ। ସେଠାରେ ଗରିବ ଲୋକ ଅଛନ୍ତି ଯେଉଁମାନେ କଲ୍ୟାଣମୂଳକ ଯୋଜନା ପାଇ ନାହାଁନ୍ତି'।
ସେ କହିଛନ୍ତି, "କଂଗ୍ରେସର ଅହଂକାର ପରାଜିତ ହେବ। ଲୋକମାନେ ପାଞ୍ଚ ବର୍ଷ ଧରି କଂଗ୍ରେସକୁ ଦେଖିଛନ୍ତି କିନ୍ତୁ ସେମାନେ କିଛି କରି ନାହାଁନ୍ତି। ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ରାଜ୍ୟ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁଙ୍କୁ ଆକ୍ରମଣ କରି କହିଛନ୍ତି ଯେ ଲୋକମାନେ ତାଙ୍କର ଘୃଣା ଓ ଅହଂକାର ରାଜନୀତିକୁ ପ୍ରତ୍ୟାଖ୍ୟାନ କରିବା ଉଚିତ୍। କଂଗ୍ରେସ ନେତା ସିଦ୍ଧୁଙ୍କୁ ପରାସ୍ତ କରାଯିବ ବୋଲି ସେ କହିଛନ୍ତି।
Follow Us