ବଡ଼ ବଡ଼ କମ୍ପାନି ଛଟେଇ କରୁଥିବା ବେ‌ଳେ ୧୦୦୦ ଯୁବକଯୁବତୀଙ୍କୁ ଚାକିରି ଦେବ ଆକାଶ ଏୟାର

Advertisment
ବଡ଼ ବଡ଼ କମ୍ପାନି ଛଟେଇ କରୁଥିବା ବେ‌ଳେ ୧୦୦୦ ଯୁବକଯୁବତୀଙ୍କୁ ଚାକିରି ଦେବ ଆକାଶ ଏୟାର

ନୂଆଦିଲ୍ଲୀ : ଖ୍ୟାତନାମା ଷ୍ଟକ ବଜାର ନିବେଶକ ଦିବଂଗତ ରାକେଶ ଝୁନ୍‌ଝୁନ୍‌ୱାଲାଙ୍କ ବିମାନ କମ୍ପାନି ଆକାଶ ଏୟାରା ଅଗଷ୍ଟ ୭, ୨୦୨୨ରୁ ଏହାର ଉଡ଼ାଣ ଆରମ୍ଭ କରିଥିଲା। ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ବିମାନ ଯାତ୍ରୀ ସେବା ବଜାରରେ ବହୁ ବର୍ଷ ପରେ ପ୍ରଥମ ଥର ପାଇଁ ଏହି ନୂଆ ବିମାନ କମ୍ପାନି ଯାତ୍ରା ଆରମ୍ଭ କରିଥିଲା। ଅଗଷ୍ଟରେ ଉଡାଣ ଆରମ୍ଭ କରିବା ପରେ ଏବେ ଏହି କମ୍ପାନି ୧୦୦୦ ଯୁବକଯୁବତୀଙ୍କୁ ଚାକିରି ଦେବାକୁ ଯାଉଥିବା ଜଣାପଡ଼ିଛି।

ଏୟାରଲାଇନକୁ ବିସ୍ତାର କରିବା ଯୋଜନାର ଏକ ଅଂଶ ଭାବରେ, ଆକାଶ ଏୟାର ଆସନ୍ତା ଏକ ବର୍ଷରେ ପ୍ରାୟ ୧୦୦୦କର୍ମଚାରୀ ନିଯୁକ୍ତି କରିବ। ଏହା ସହ ଆକାଶ ଏୟାର ୨୦୨୩ ଶେଷ ସୁଦ୍ଧା ଆନ୍ତର୍ଜାତୀୟ ଉଡାଣ ଆରମ୍ଭ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି। ତେବେ ପ୍ରଥମେ ବିମାନ କେଉଁ ଦେଶକୁ ଉଡାଣ କରିବ, ତାହା ସ୍ଥିର ହୋଇନାହିଁ।

ଆକାଶ ଏୟାରର ସିଇଓ ବିନୟ ଦୁବେ କହିଛନ୍ତି ଯେ, ଏବେ ଆମ ସହ ୨,୦୦୦ରୁ ଅଧିକ କର୍ମଚାରୀ କାମ କରୁଛନ୍ତି ଏବଂ ପରବର୍ତ୍ତୀ ଆର୍ଥିକ ବ‌ର୍ଷ ଶେଷ ସୁଦ୍ଧା ଆମର କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୩୦୦୦ରୁ ଅଧିକ ହେବ ବୋଲି ଆଶା କରୁଛୁ। ଏନେଇ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବ। ଏବେ ଆମେ କର୍ମଚାରୀଙ୍କ ସଂଖ୍ୟା ସହ ବିମାନ ସଂଖ୍ୟା ମଧ୍ୟ ବଢ଼ାଇବୁ। ବିମାନ ସଂଖ୍ୟା ବଢ଼ିଲେ ଆମେ ବିଦେଶକୁ ମଧ୍ୟ ଉଡାଣ ଆରମ୍ଭ କରିପାରିବୁ।

ଗତମାସରେ ଖବର ମିଳିଥିଲା ଯେ ବିମାନ କିଣିବା ଲାଗି ଭାରତୀୟ ଏୟାରଲାଇନ୍ସ ମଧ୍ୟରେ ଏକପ୍ରକାର ଦୌଡ଼ ଚାଲିଛି। ଆକାଶ ଏୟାରଲାଇନ୍ସ ମଧ୍ୟ ବିମାନ କିଣିବା ଲାଗି ବଡ଼ ଧରଣର ବରାଦ ଦେବା ଉପରେ ବିଚାର କରୁଛି। କମ୍ପାନି ୭୨ଟି ବିମାନର ବରାଦ ଦେଇଥିବା ବେଳେ ଆଗକୁ ଆହୁରି ଅଧିକ ବିମାନ କିଣିବ ବୋଲି କମ୍ପାନିର ସିଇଓ ବିନୟ ଦୁବେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe