ସାମ୍ବାଦିକାଙ୍କ ଯୌନ ନିର୍ଯାତନା ଅଭିଯୋଗ ମହଙ୍ଗା ପଡ଼ିଲା! ମନ୍ତ୍ରୀପଦ ହରାଇ ପାରନ୍ତି ଏମ୍‌.ଜେ.ଆକବର

ସାମ୍ବାଦିକାଙ୍କ ଯୌନ ନିର୍ଯାତନା  ଅଭିଯୋଗ ମହଙ୍ଗା ପଡ଼ିଲା! ମନ୍ତ୍ରୀପଦ ହରାଇ ପାରନ୍ତି ଏମ୍‌.ଜେ.ଆକବର
ମୁମ୍ବାଇ: ମହିଳା ସାମ୍ବାଦିକାଙ୍କ ଦ୍ୱାରା ଅଣାଯାଇଥିବା ଯୌନ ନିର୍ଯାତନା ଅଭିଯୋଗ କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଏମ୍‌.ଜେ.ଆକ୍‌ବରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ।  ଭାରତୀୟ ଜନତା ପାର୍ଟି ଓ ଆର୍‌ଏସ୍‌ଏସ୍‌ର ଉଚ୍ଚ ମହଲର କିଛି ନେତାଙ୍କ ଅନୁସାରେ ଏହି ଅଭିଯୋଗ ଯୋଗୁଁ ଆକବର କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ବିଦା ହୋଇପାରନ୍ତି। ବର୍ତ୍ତମାନ୍‌ ସରକାରୀ ଗସ୍ତରେ ନାଇଜେରିଆ ଯାଇଥିବା ଏମ୍‌.ଜେ.ଆକ୍‌ବର ସେଠାରୁ ଫେରିଲେ ତାଙ୍କୁ ଇସ୍ତଫା ଦେବାକୁ  କୁହାଯାଇପାରେ ବୋଲି ଚର୍ଚ୍ଚା ହେଉଛି।
ଉଲ୍ଲେଖଯୋଗ୍ୟ କି ଇଂରାଜୀ ଦୈନିକ ‘ଦି ଟେଲିଗ୍ରାଫ୍‌’ ଓ ‘ଦି ଏସିଆନ୍‌ ଏଜ୍‌’ର ସଂପାଦକ ଥିବା ସମୟରେ କେତେକ ମହିଳା ସାମ୍ବାଦିକାଙ୍କୁ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ବରିଷ୍ଠ ସାମ୍ବାଦିକ ପ୍ରିୟା ରମାନି ୨୦୧୭ରେ ଆକ୍‌ବରଙ୍କ ନାମ ନ ନେଇ ତାଙ୍କ ସହ ହୋଇଥିବା ଯୌନ ନିର୍ଯାତନା ବିଷୟରେ ଲେଖିଥିଲେ। ନିକଟରେ ସେ #ମି ଠୁ ଅଭିଯାନରେ ସାମିଲ୍‌ ହୋଇ ଏମ୍‌.ଜେ.ଆକ୍‌ବରଙ୍କ ବିରୋଧରେ ସିଧା ଟୁଇଟ୍‌ କରିଥିଲେ । ଏହାପରେ ଆହୁରି ୬ ଜଣ ମହିଳା ସାମ୍ବାଦିକା ଆକ୍‌ବରଙ୍କ ବିରୋଧରେ  ଅଭିଯୋଗ ଆଣିଥିଲେ।
ଏହି ଅଭିଯୋଗ ରାଜନୈତିକ ସ୍ତରରେ ବିଜେପିକୁ ଅଡୁଆରେ ପକାଇଛି। ଆକ୍‌ବର ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ଯାଇଛନ୍ତି  ଓ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି। ବର୍ତ୍ତମାନ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଲାଗି ପ୍ରକ୍ରି୍ରୟା ଆରମ୍ଭ ହୋଇଥିବା ବେଳେ ଆଉ ୬ ମାସ ପରେ ସାଧାରଣ ନିର୍ବାଚନକୁ ସାମ୍ନା କରିବ ବିଜେପି। ଏହି ପରିପ୍ରେକ୍ଷୀରେ ତାଙ୍କୁ ମନ୍ତ୍ରିମଣ୍ଡଳରେ ରଖି ସମାଲୋଚିତ ହେବାକୁ ଚାହିବ ନାହିଁ ବିଜେପି। ଏଣୁ ଏମ୍‌.ଜେ.ଆକ୍‌ବରଙ୍କ ବିଦା ହେବା ଏକ ପ୍ରକାର ନିଶ୍ଚିତ ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe