ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନିକୁ 'ଅଖଣ୍ଡ ଭାରତ' ମାନଚିତ୍ରରେ ସାମିଲ କଲା ଭାରତ, ବିରୋଧ କଲା ନେପାଳ

ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନିକୁ 'ଅଖଣ୍ଡ ଭାରତ' ମାନଚିତ୍ରରେ ସାମିଲ କଲା ଭାରତ, ବିରୋଧ କଲା ନେପାଳ

ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ ଲାଗିଥିବା ଅଖଣ୍ଡ ଭାରତର କାନ୍ଥଚିତ୍ରକୁ ବିରୋଧ କରିଛି ନେପାଳ। ନେପାଳର ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ ଏବେ ଚାରି ଦିନିଆ ଭାରତ ଗସ୍ତରେ ଆସିଛନ୍ତି। ତାଙ୍କ ଗସ୍ତ ମଧ୍ୟରେ ନୂତନ ସଂସଦ ଭବନରେ ଥିବା 'ଅଖଣ୍ଡ ଭାରତ'ର ଚିତ୍ର ନେପାଳରେ ବିବାଦ ସୃଷ୍ଟି କରିଛି। ନୂତନ ସଂସଦ ଭବନରେ ଲାଗିଥିବା 'ଅଖଣ୍ଡ ଭାରତ'ରେ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନ ଲୁମ୍ବିନି (ନେପାଳ)ର ନାମ ରହିଥିବା ଦେଖିବାକୁ ମିଳିଛି। ନେପାଳରେ ଅବସ୍ଥିତ ଲୁମ୍ବିନିକୁ ଅଖଣ୍ଡ ଭାରତ ମାନଚିତ୍ରରେ ସ୍ଥାନୀତ କରିଯିବାକୁ ନେଇ ନେପାଳର ରାଜନୈତିକ ଦଳଗୁଡିକୁ ବିରକ୍ତି ପ୍ରକାଶ କରିଛନ୍ତି।

ସେମାନେ କହିଛନ୍ତି ଯେ, ନିଜ ମାନଚିତ୍ରରେ ଗୌତମ ବୁଦ୍ଧଙ୍କ ଜନ୍ମସ୍ଥାନକୁ ସ୍ଥାନୀତ କରି ଭାରତ ଏହି ଅଞ୍ଚଳକୁ ନିଜର ବୋଲି ଦାବି କରିବାକୁ ଉଦ୍ୟମ କରୁଛି। ନେପାଳ ଲୁମ୍ବିନିକୁ ଏହାର ମାନଚିତ୍ରରେ ଏକ ପ୍ରମୁଖ ସାଂସ୍କୃତିକ କେନ୍ଦ୍ର ଭାବରେ ବିବେଚନା କରେ। ଏ ମଧ୍ୟରେ ଭାରତର ମାନଚିତ୍ରରେ ଲୁମ୍ବିନିକୁ ସାମିଲ କରାଯିବା ନେପାଳବାସୀଙ୍କୁ ପସନ୍ଦ ଆସିନାହିଁ।

ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ବାବୁରାମ ଭଟ୍ଟାରାଏ କହିଛନ୍ତି, ଭାରତର ନୂତନ ସଂସଦ ଭବନରେ ଅଖଣ୍ଡ ଭାରତର ବିବାଦୀୟ ମାନଚିତ୍ର ନେପାଳ ସମେତ ପଡୋଶୀ ଦେଶ ସହ ଭାରତର ଅନାବଶ୍ୟକ ତଥା କ୍ଷତିକାରକ କୂଟନୈତିକ ବିବାଦ ସୃଷ୍ଟି କରିପାରେ। ପୂର୍ବରୁ ପାକିସ୍ତାନ ଓ ଚୀନ ସହିତ ଭାରତର ସୀମା ବିବାଦ ଲାଗି ରହିଥିବା ବେଳେ ଏବେ ଅଖଣ୍ଡ ଭାରତର ମାନଚିତ୍ର ପାଇଁ ନେପାଳ ସହ ସମ୍ପର୍କ ଖରାପ ହୋଇପ‌ାରେ ବୋଲି ଭଟ୍ଟାରାଏ ପ୍ରତିକ୍ରିୟା ଦେଇଛନ୍ତି।

କେବଳ ନେପାଳ ନୁହେଁ, ଏହି ଅଖଣ୍ଡ ଭାରତ ମାନଚିତ୍ରକୁ ନେଇ ପାକିସ୍ତାନ ମଧ୍ୟ ଆପତ୍ତି ଉଠାଇଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଇତିହାସ ଅନୁଯାୟୀ  ଅଖଣ୍ଡ ଭାରତରେ ଆମର ପଡ଼ୋଶୀ ଦେଶ ପାକିସ୍ତାନ, ବାଂଲାଦେଶ, ନେପାଳ, ଆଫଗାନିସ୍ତାନ, ମିଆଁମାର, ଭୁଟାନ୍ ଓ ଶ୍ରୀଲଙ୍କା ଆଦି ସାମିଲ ଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe