ଅଖିଳେଶଙ୍କର ଦଳିତ ସମର୍ଥନ ଦରକାର ନାହିଁ: ଚନ୍ଦ୍ରଶେଖର ଆଜାଦ

Advertisment
ଅଖିଳେଶଙ୍କର ଦଳିତ ସମର୍ଥନ ଦରକାର ନାହିଁ: ଚନ୍ଦ୍ରଶେଖର ଆଜାଦ

ଲକ୍ଷ୍ନୌ: ଆସନ ବୁଝାମଣା ପାଇଁ ଗତକାଲି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବଙ୍କ ସହ ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦ କଥାବାର୍ତ୍ତା କରିଥିଲେ। ତେବେ ଆଜାଦ୍‌ଙ୍କ ଦଳ ‘ଆଜାଦ ସମାଜ ପାର୍ଟି’ ଆଗାମୀ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବ ନାହିଁ। ସପା ସୁପ୍ରିମୋ ଅଖିଳେଶଙ୍କର ଦଳିତଙ୍କ ସମର୍ଥନ ଦରକାର ନାହିଁ ବୋଲି ସେ କହିଛନ୍ତି। ଆଜାଦ କହିଛନ୍ତି, ବୈଠକରେ ଅଖିଳେଶଙ୍କ ସହ କୌଣସି ଫଳପ୍ରଦ ଆଲୋଚନା ହୋଇପାରି ନଥିଲା। ‌ତେଣୁ ପରିଶେଷରେ ମୁଁ ଏହା ଅନୁଭବ କଲି ଯେ, ଅଖିଳେଶଜୀ ଦଳିତ ନେତାଙ୍କ ସହ ମେଣ୍ଟ କରିବାକୁ ଚାହାନ୍ତି ନାହିଁ। ସେ କେବଳ ଦଳିତ ଭୋଟ୍‌ ଚାହାନ୍ତି। ଆଜାଦ କହିଛନ୍ତି, ମୋର ଭୟ ଏତିକି ଯେ ଯଦି ଦଳିତ ମାନେ ତାଙ୍କୁ ଭୋଟ୍‌ ଦେବେ ଏବଂ ସେ ସରକାର ଗଠନ କରିବେ ତେବେ ଆମେ ଆମ ସମସ୍ୟା ସଂକ୍ରାନ୍ତରେ ତାଙ୍କ ସହ କଥା ହୋଇପାରିବୁ ନାହିଁ। ଆଜାଦଙ୍କ ଦଳକୁ ଅଖିଳେଶ ୩ଟି ଆସନ ଦେବାକୁ କହିଥିଲେ। କିନ୍ତୁ ଚନ୍ଦ୍ରଶେଖର ୧୦ଟି ଆସନ ଚାହିଥିଲେ। ଫଳରେ ନିଷ୍କର୍ଷ ବାହାରିପାରିନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe