ସଂକଟରେ ବୁଆ-ବବୁଆଙ୍କ ସମ୍ପର୍କ : ବିଧାନସଭା ଉପନିର୍ବାଚନ ଏକୁଟିଆ ଲଢ଼ିବାକୁ ମାୟା ଦେଲେ ସଂକେତ

Advertisment
ସପା ସହ ଗଠବନ୍ଧନ ଭାଙ୍ଗିବାକୁ ଘୋଷଣା କଲେ ମାୟାବତୀ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ଫଳ ପ୍ରକାଶ ପାଇସାରିଛି। ଏଥିରେ ବିଜେପି ବହୁମତ ପାଇ କେନ୍ଦ୍ରରେ ସରକାର ଗଠନ କରିଛି ।ଏହାକୁ ନେଇ ଜାତୀୟ ରାଜନୀତିରେ ବିରୋଧୀ ଦଳଙ୍କ ମଧ୍ୟରେ ନିରାଶା ଛାଇଯାଇଛି। ଏହି କ୍ରମରେ ଉତ୍ତରପ୍ରଦେଶରେ ନିର୍ବାଚନ ପୂର୍ବରୁ ଗଠନ ହୋଇଥିବା ସପା-ବସପା ଗଠବନ୍ଧନ ପ୍ରତି ସଙ୍କଟ ଘନେଇଛି । କାରଣ ବହୁଜନ ସମାଜପାର୍ଟି ମୁଖ୍ୟ ମାୟାବତୀ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କ ହାତ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି ।

କାରଣ ଦିଲ୍ଲୀରେ ହୋଇଥିବା ବିଏସପି ବୈଠକରେ ମାୟା କହିଛନ୍ତି ଯେ ଗଠବନ୍ଧନରୁ ସେଭଳି ଫାଇଦା ମିଳିଲା ନାହିଁ । ସେ ଅଭିଯୋଗ କରିଛନ୍ତି ଯେ ସମାଜବାଦୀ ପାର୍ଟିର କର୍ମୀ ଗଠବନ୍ଧନ ବିପକ୍ଷରେ କାର୍ଯ୍ୟ କରିଛନ୍ତି।  ଉତ୍ତରପ୍ରଦେଶରେ ୧୧ଟି  ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନରେ  ବିଏସପି ଏକୁଟିଆ ଲଢ଼ିବ।

ଗଠବନ୍ଧନ ଭଙ୍ଗ ବାବଦରେ ବିଧିବଦ୍ଧ ଘୋଷଣା ହୋଇ ନ ଥିଲେ ବି ରାଜନୈତିକ ସମୀକ୍ଷକଙ୍କ କହିବା କଥା ହେଲା ଅଖିଳେଶଙ୍କ ସହ ମାୟା ଆଉ ରହିବାକୁ ଚାହୁଁନାହାନ୍ତି। କାରଣ ନିର୍ବାଚନ ପୂର୍ବରୁ ଉଭୟ ମାୟା ଓ ଅଖିଳେଶ ବାରମ୍ବାର କହିଥିଲେ ଯେ ଉତ୍ତରପ୍ରଦେଶରେ ଏଥର ବିଜେପିକୁ ଗଠବନ୍ଧନ ମାତ ଦେଇଦେବ । କିନ୍ତୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେଭଳି କୌଣସି ଉଲ୍ଲେଖନୀୟ ସଫଳତା ମିଳିପାରିନଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe