ଗିରଫ ପରେ ମୁକୁଳିଲେ ଅଖିଳେଶ: ଲଖିମପୁର ଯିବା ବାଟରେ ପ୍ରିୟଙ୍କା ଅଟକ, ଅନଶନରେ ବସିଲେ

ଗିରଫ ପରେ ମୁକୁଳିଲେ ଅଖିଳେଶ: ଲଖିମପୁର ଯିବା ବାଟରେ ପ୍ରିୟଙ୍କା ଅଟକ, ଅନଶନରେ ବସିଲେ

ଲକ୍ଷ୍ନୌ: ଲଖିମପୁର ଖେରି ହିଂସା ଘଟଣା ପରେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଗତକାଲି ସନ୍ଧ୍ୟାରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ପାଇଁ ଲକ୍ଷ୍ନୌ ପହଞ୍ଚିଥିଲେ। କିନ୍ତୁ ଲଖିମପୁର ଯିବା ବାଟରେ ପୁଲିସ ପ୍ରିୟଙ୍କାଙ୍କ ଗାଡ଼ିକୁ ଅନେକ ସ୍ଥାନରେ ଅଟକାଇଥିଲା। ପ୍ରିୟଙ୍କା ଏବଂ ଅନ୍ୟ ଜଣେ ଦଳୀୟ ନେତା ଦୀପେନ୍ଦ୍ର ହୁଦା ଓ ଅନ୍ୟ ୩ଜଣ ଶେଷରେ ଅନ୍ୟ ଏକ ରାସ୍ତା ଦେଇ ସୀତାପୁର ପହଞ୍ଚିଥିଲେ। କିନ୍ତୁ ସୀତାପୁରରେ ଆଜି ସକାଳେ ‌ସେମାନଙ୍କୁ ଅଟକାଯାଇଥିଲା। ପ୍ରିୟଙ୍କାଙ୍କର ଆଜି ଜଣେ ମହିଳା କନେଷ୍ଟବଳଙ୍କ ସହ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ପ୍ରିୟଙ୍କାଙ୍କୁ ମହିଳା କନେଷ୍ଟବଳ ଗିରଫ କରିବାକୁ ଯିବା ସମୟରେ ପ୍ରିୟଙ୍କା ତାଙ୍କୁ ଗିରଫ ୱାରେଣ୍ଟ୍‌ ଦେଖାଇବା ପାଇଁ କହିଥିଲେ। ଏହାପରେ ତାଙ୍କୁ ଏକ ଗେଷ୍ଟ୍‌ ହାଉସ୍‌ ନେଇ ଅଟକ ରଖାଯାଇଥିଲା। ତେବେ ଅଟକ ରହିବାପରେ ପ୍ରିୟଙ୍କା ଅନଶନରେ ବସିଛନ୍ତି। ପ୍ରିୟଙ୍କା ଅନଶନରେ ବସିଥିବାବେଳେ କଂଗ୍ରେସ ନେତାମାନେ ଏହାକୁ ବିରୋଧ କରି ବିଜେପି ସରକାର ବିରୋଧରେ ସ୍ଲୋଗାନ ଦେଇଛନ୍ତି। ଅନ୍ୟପକ୍ଷେ ଉତ୍ତରପ୍ରଦେଶ କଂଗ୍ରେସ ମୁଖାପତ୍ର ବିକାଶ ଶ୍ରୀବାସ୍ତବ ୪୨ ସେକେଣ୍ଡର ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓରେ ପ୍ରିୟଙ୍କା ଥିବା ଗେଷ୍ଟ୍‌ ହାଉସ୍‌ରେ ଘର ଝାଡ଼ୁ କରୁଥିବା ଦେଖିବାକୁ ମିଳିଛି। ପ୍ରିୟଙ୍କା କହ‌ିଛନ୍ତି, ସେ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କରିଛନ୍ତି, କିନ୍ତୁ ତାଙ୍କୁ ଅନ୍ୟ‌ାୟ ଭାବେ ଅଟକ ରଖାଯାଇଛି।

ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ଆଜି ଗିରଫ ହୋଇଥ‌ିଲେ। ଲକ୍ଷ୍ନୌ ସ୍ଥିତ ଅଖିଳେଶ ଯାଦବଙ୍କ ବାସଭବନ ବାହ‌ାରେ ସମାଜବାଦୀ କର୍ମୀମାନେ ଆଜି ଧାରଣାରେ ବସିଥିଲେ। ଅଖିଳେଶ ମଧ୍ୟ ସେମାନଙ୍କ ସହ ଯୋଗ ଦେଇଥିଲେ। ସେମାନଙ୍କୁ ପୁଲିସ ଘଉଡ଼ାଇବାକୁ ଚେଷ୍ଟା କରିଥିଲା। ସପା ନେତା ଏବଂ କର୍ମୀମାନେ ଆନ୍ଦୋଳନ ବନ୍ଦ କରିବା ପାଇଁ ବରିଷ୍ଠ ପୁଲିସ ଅଧିକାରୀମାନେ ଅନୁରୋଧ କରିଥିଲେ। କିନ୍ତୁ ଏଥିପ୍ରତି ଗୁରୁତ୍ବ ଦିଆଯାଇନଥିଲା। ପୁଲିସ ମଧ୍ୟ କିଛି କର୍ମୀଙ୍କୁ ନିଜେ ହଟାଇବାକୁ ଚେଷ୍ଟା କରିଥିଲା। କିନ୍ତୁ କିଛି ଫାଇଦା ହୋଇନଥିଲା। ଶେଷରେ ଅଖିଳେଶ ଯାଦବଙ୍କୁ ଗିରଫ କରାଯାଇଥିଲା। ଅବଶ୍ୟ ପରେ ଅଖିଳେଶଙ୍କୁ ଛାଡ଼ି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe