ବଙ୍ଗଳାରୁ ଗାଏବ ସାମଗ୍ରୀ ଫେରାଇବେ ଅଖିଳେଶ

Advertisment
ବଙ୍ଗଳାରୁ ଗାଏବ ସାମଗ୍ରୀ ଫେରାଇବେ ଅଖିଳେଶ

ଲକ୍ଷ୍ନୌ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ସରକାରୀ ବଙ୍ଗଳା ଖାଲି କରିଥିଲେ ମଧ୍ୟ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଏହି ବଙ୍ଗଳାରେ ଥିବା ସାଇକେଲ ଟ୍ରାକ୍‌, ଖେଳ ପଡ଼ିଆରେ ଲଗାଯାଇଥିବା ସାମଗ୍ରୀ, ଘରର କାନ୍ଥ ଓ ଚଟାଣର ଟାଇଲ ଖୋଲି ନିଆଯାଇଥିବା ଇଷ୍ଟେଟ୍‌ ବିଭାଗ କହିଛି। ଅନେକ ସୁଇଚ୍‌୍‌ ବୋର୍ଡ ମଧ୍ୟ ଉପାଡ଼ି ନିଆଯାଇଛି। ବଙ୍ଗଳାର କ୍ଷତି କରିବା ପଛରେ ଅଖିଳେଶଙ୍କ ହତାଶା ଥିବା ବିଜେପି କହିଛି। ଆଜି ଅଖିଳେଶ କହିଛନ୍ତି ଯେ ସରକାର ତାଙ୍କୁ ତାଲିକା ପ୍ରଦାନ କଲେ ବାହାର କରାଯାଇଥିବା ସାମଗ୍ରୀ ସେ ଫେରାଇଦେବେ। ତେବେ ସେ ବଙ୍ଗଳାରୁ କେବଳ ନିଜେ ଲଗାଇଥିବା ସାମଗ୍ରୀ ହିଁ ନେଇଛନ୍ତି ବୋଲି ଅଖିଳେଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe