ଅଖିଳେଶଙ୍କୁ ଝଟକା, ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲା ଏସ୍‌ବିଏସ୍‌ପି

ଅଖିଳେଶଙ୍କୁ ଝଟକା, ମୁର୍ମୁଙ୍କୁ ସମର୍ଥନ ଘୋଷଣା କଲା ଏସ୍‌ବିଏସ୍‌ପି

ଲକ୍ଷ୍ନୌ: ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୁଣି ଜଣେ ବିରୋଧୀ ଦଳ ମୁଖ୍ୟଙ୍କୁ ଝଟ୍‌କା ଲାଗିଛି। ସମାଜବାଦୀ ପାର୍ଟିର ମେଣ୍ଟ ସହଯୋଗୀ ଏସ୍‌ବିଏସ୍‌ପି (ସୁହେଲଦେବ ଭାରତୀୟ ସମାଜ ପାର୍ଟି) ମୁଖ୍ୟ ଓମ ପ୍ରକାଶ ରାଜଭର ଆଜି ଘୋଷଣା କରିଛନ୍ତି ଯେ ତାଙ୍କ ଦଳ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବ। ରାଜଭରଙ୍କ ଏହି ନିଷ୍ପତ୍ତି ଦ୍ବାରା ସପା‌ ସୁପ୍ରିମୋ ଅଖିଳେଶଙ୍କୁ ଶକ୍ତ ଝଟ୍‌କା ଲାଗିଛି। ରାଜଭର କହିଛନ୍ତି, ସମାଜବାଦୀ ପାର୍ଟି ଏବଂ ତାଙ୍କ ଦଳ ମଧ୍ୟରେ କୌଣସି ଫାଟ ସୃଷ୍ଟି ହୋଇନି। ସମାଜବାଦୀ ପାର୍ଟି ବିରୋଧୀ ଦଳମାନଙ୍କ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ସମର୍ଥନ କରୁଛି। ରାଜଭର କହିଛନ୍ତି, ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବାପାଇଁ ତାଙ୍କୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ। ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶ ବିଧାନସଭାରେ ଏସବିଏସ୍‌ପିର ୬ ଜଣ ବିଧାୟକ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe