Image Courtesy of India Today
ଲକ୍ଷ୍ନୌ : କୋର୍ଟ ଭିତରେ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଚରକୁ ଗୁଳିକରି ହତ୍ୟା କରାଯିବା ପରେ ସମାଜବାଦୀ ପାର୍ଟି (ଏସପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଶନିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ।
ଅଖିଳେଶ ଯାଦବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୟୁପିରେ ଆଇନ ଶୃଙ୍ଖଳା ସଂପୂର୍ଣ୍ଣ ବିଫଳ ହୋଇଛି । ପୁଲିସ ହେପାଜତରେ ଲୋକଙ୍କୁ ହତ୍ୟା କରାଯାଉଛି, କୋର୍ଟରେ ଲୋକଙ୍କୁ ହତ୍ୟା କରାଯାଉଛି। ସରକାର ଅପରାଧୀଙ୍କୁ ଖୋଲାଛାଡ଼ି ଦେଇଛନ୍ତି, ଯେଉଁଠି ଚାହିଁବେ ହତ୍ୟା କର, ଏହା ହେଉଛି ରାଜ୍ୟର ଆଇନ ଶୃଙ୍ଖଳା । କିଏ ଜାଣେ ଆପଣମାନଙ୍କ ମଧ୍ୟରୁ ଜଣେ ସୁଟର ଥିବ, ଯିଏକି ମୋତେ ଗୁଳିମାରିଦେବ ।”
ସମଗ୍ର ୟୁପିର ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ନଜର ପକାଇଲେ ଉତ୍ତରପ୍ରଦେଶରେ କାହିଁକି କେବଳ ଜଣେ କାର୍ଯ୍ୟକାରୀ ଡିଜିପି ଅଛନ୍ତି, ଏହାର ଅର୍ଥ କ'ଣ? ଯଦି ମହିଳାଙ୍କ ସୁରକ୍ଷା କଥା ଦେଖିବା, ତେବେ ଲକ୍ଷ୍ନୌ ଓ ଉତ୍ତରପ୍ରଦେଶ ସବୁଠାରୁ ଅସୁରକ୍ଷିତ। ଦିଲ୍ଲୀ ନିକଟବର୍ତ୍ତୀ ନୋଏଡାରେ ଅନେକ ଘଟଣା ଘଟିଛି । ଏତଲା ଲେଖିବା ପାଇଁ ବସ୍ତିରେ ଧାରଣା ଦିଆଯାଇଥିଲା। ମହିଳା ଓକିଲଙ୍କୁ ଘର ବାହାରେ ହତ୍ୟା କରାଯାଇଛି । ଗତ ୫ ମାସ ମଧ୍ୟରେ ନୋଏଡାରେ ୮୮ଟି ଦୁଷ୍କର୍ମ ହୋଇଛି । କନୌଜର ଜଣେ ସାଂସଦ ଆଉଟ୍ ପୋଷ୍ଟରେ ପଶି ପୂରା ଫାଣ୍ଡିକୁ ମାଡ଼ ମାରିଥିଲେ। ପୁଲିସକୁ ମାଡ଼ ମାରିଥିବା ଲୋକମାନେ ଖୋଲାଖୋଲି ଭାବେ ଏହି କାର୍ଯ୍ୟକ୍ରମ କରୁଛନ୍ତି ।
Follow Us