ଏକ ସପ୍ତାହ ଧରି ଅସୁସ୍ଥ ପିତାଙ୍କୁ ସାଇକେଲ୍‌ରେ ବସାଇ ୧୨୦୦କିମି ଯାତ୍ରା କରିଥିଲା ସପ୍ତମ ଶ୍ରେଣୀରେ ପାଠପଢ଼ୁ ଥିବା ଝିଅ; ମିଳିଲା ଲକ୍ଷେ ଟଙ୍କାର ସହାୟତା ରାଶି

Advertisment
ଏକ ସପ୍ତାହ ଧରି ଅସୁସ୍ଥ ପିତାଙ୍କୁ ସାଇକେଲ୍‌ରେ ବସାଇ ୧୨୦୦କିମି ଯାତ୍ରା କରିଥିଲା ସପ୍ତମ ଶ୍ରେଣୀରେ ପାଠପଢ଼ୁ ଥିବା ଝିଅ; ମିଳିଲା ଲକ୍ଷେ ଟଙ୍କାର ସହାୟତା ରାଶି

bbc

ଲକ୍ଷ୍ମୌ: କରୋନା ଲକ୍‌ଡାଉନ୍‌ ସମୟରେ ୧୫ବର୍ଷୀୟ ଝିଅଙ୍କୁ କୌଣସି ଯାନବାହାନର ସୁବିଧା ନମିଳିବାରୁ ସେ ନିଜର ଅସୁସ୍ଥ ପିତାଙ୍କୁ ସାଇକେଲରେ ବସାଇ ଗୁରୁଗ୍ରାମରୁ ବିହାର ପର୍ଯ୍ୟନ୍ତ ୧୨୦୦କିମି ଯାତ୍ରା କରିଥିଲେ। ଏକ ସପ୍ତାହ ଧରି ସାଇକେଲ ପଛରେ ନିଜ ପିତାଙ୍କୁ ବସାଇ ଝିଅଟି ବିହାରର ଦରଭଙ୍ଗାରେ ଆସି ପହଞ୍ଚିଥିଲେ। ଏହି ଝିଅର ଧୈର୍ଯ୍ୟ ଓ ଆତ୍ମବିଶ୍ୱାସକୁ ଦେଖି ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି।

16 मई को अपने गांव पहुंची थी लड़की

ଅଖିଳେଶ ଯାଦବ ଗୁରୁବାର ସାଇକେଲ ଚଲାଉଥିବା ଏହି ଝିଅଙ୍କ ଫଟୋ ଟୁଇଟରରେ ସେୟାର କରି ଲେଖିଛନ୍ତି, ‘ସରକାରଙ୍କ ଠାରୁ ହାରି ୧୫ବର୍ଷୀୟ ଝିଅ ନିଜର ଅସୁସ୍ଥ ପିତାଙ୍କୁ ନେଇ ଶହଶହ କିଲୋମିଟର ରାସ୍ତା ସାଇକେଲରେ ଅତିକ୍ରମ କରିଛନ୍ତି। ଏହି ଝିଅ ସହିତ ମୁଁ ଓ ଦେଶର ପ୍ରତ୍ୟେକ ନାରୀ ଅଛନ୍ତି। ମୁଁ ଏହି ଝିଅଙ୍କ ସାହାସ ଓ ଧୈର୍ଯ୍ୟକୁ ପ୍ରଶଂସା କରିବା ସହିତ ଏକଲକ୍ଷ ଟଙ୍କାର ସହାୟତା ରାଶିର ଘୋଷଣା କରୁଛି।’

୧୫ବର୍ଷୀୟ ଏହି ଝିଅର ନାମ ହେଉଛି ଜ୍ୟୋତି କୁମାରୀ। ଜ୍ୟୋତିଙ୍କ କହିବାନୁସାରେ, ‘ମୋର ପିତା ମୋହନ ପାସଓ୍ଵାନ୍‌ ଅସୁସ୍ଥ ଥିବାରୁ ଏତେ ବାଟର ଯାତ୍ରା ନିଜକୁ କରିବାକୁ ହୋଇଥିଲା। ମୁଁ ଏବେ ୭ମ ଶ୍ରେଣୀରେ ପାଠପଢ଼ୁଛି। ଯାତ୍ରା ସମୟରେ ମନରେ ଅନେକ ଭୟ ବି ରହିଥିଲା କି ପିତା ସାଇକେଲରୁ ପଡ଼ି ନଯାଆନ୍ତୁ କି କୌଣସି ଗାଡ଼ି ପଛରୁ ଧକ୍କା ମାରି ନଦେଉ। ରାତି ସମୟରେ ସାଇକେଲ ଚଲାଉ ଥିବା ବେଳେ ବି ଭୟ ଲାଗୁଥାଏ, କିନ୍ତୁ ରାସ୍ତାରେ ଯାଉଥିବା ଅନ୍ୟ ପ୍ରବାସୀ ଶ୍ରମିକଙ୍କୁ ଦେଖି ସାହାସ ଜୁଟାଇଥାଏ।’

अखिलेश ने कही ये बात oneindia.com

ବାପା ଗୁରୁଗ୍ରାମରେ ଇ-ରିକ୍ସା ଚଳାଉଥିଲେ। ଲକ୍‌ଡାଉନ୍‌ ସମୟରେ ଇ-ରିକ୍ସାକୁ ମାଲିକଙ୍କ ପାଖରେ ରଖିବାକୁ ପଡ଼ିଥିଲା। ଏହାର କିଛିଦିନ ପରେ ବାପାଙ୍କ ଗୋଡରେ ଆଘାତ ଲାଗିଥିଲା ଆଉ ସେ ଅସୁସ୍ଥ ହୋଇ ପଡ଼ିଥିଲେ। ଚଳିବାକୁ ଅର୍ଥ ନଥିଲା, ଘର ମାଲିକ ବି ଘରୁ ବାହାରି ଯିବାରୁ ଚାପ ପକାଉଥିଲା। ତେଣୁ ସାଇକେଲରେ ବାପାଙ୍କୁ ବସାଇ ନିଜ ଗାଁକୁ ଫେରିବା ପାଇଁ ସ୍ଥିର କରିଥିଲି। ତେଣୁ ୫୦୦ଟଙ୍କା ଦେଇ ଏକ ନୂଆ ସାଇକେଲ କିଣିଥିଲି। କାରଣ ଆଗରୁ ମୋ ପାଖରେ ଏପରି କୌଣସି ସାଧନ ନଥିଲା। ଏକ ସପ୍ତାହରେ ୧୨୦୦କିମି ଯାତ୍ରା କରିବା ପାଇଁ ମଇ ୧୦ ତାରିଖରେ ଗୁରୁଗ୍ରାମରୁ ଯାତ୍ରା ଆରମ୍ଭ କରିଥିଲି। ଦିନ-ରାତି ସାଇକେଲ ଚଲାଇବା ପରେ ମଇ ୧୬ ତାରିଖରେ ନିଜ ଗ୍ରାମରେ ଆସି ପହଞ୍ଚି ଯାଇଥିଲି।’

ଦରଭଙ୍ଗାରେ ନିଜ ଗ୍ରାମରେ ପହଞ୍ଚିବା ପରେ ଜ୍ୟୋତି ନିଜ ଘରେ ସଙ୍ଗରୋଧରେ ରହିଥିବା ବେଳେ ଓ ତାଙ୍କ ପିତା ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe