ଗଠବନ୍ଧନ ଭାଙ୍ଗିବାର ଘୋଷଣା ପରେ କେଶବ ଦେବଙ୍କୁ ଉପହାରରେ ଦେଇଥିବା ଦାମୀ କାର୍ ମାଗିଲେ ଅଖିଳେଶ

Advertisment
ଗଠବନ୍ଧନ ଭାଙ୍ଗିବାର ଘୋଷଣା ପରେ କେଶବ ଦେବଙ୍କୁ ଉପହାରରେ ଦେଇଥିବା ଦାମୀ କାର୍ ମାଗିଲେ ଅଖିଳେଶ

ନୂଆଦିଲ୍ଲୀ: ଗଠବନ୍ଧନ ଭାଙ୍ଗିବାର ଘୋଷଣା ପରେ କେଶବ ଦେବଙ୍କୁ ଉପହାରରେ ଦେଇଥିବା ଦାମୀ କାର୍ ମାଗିଲେ ଅଖିଳେଶ। ସମାଜବାଦୀ ପାର୍ଟି(ସପା) ଓ ମହାନ ଦଳ ଗଠବନ୍ଧନକୁ ଭାଙ୍ଗିବା ପାଇଁ ଏବେ ଘୋଷଣା କରିଛନ୍ତି। ମହାନ ଦଳର ମୁଖ୍ୟ କେଶବ ଦେବ ମୌର୍ଯ୍ୟ ପ୍ରଥମେ ଗଠବନ୍ଧନକୁ ଭାଙ୍ଗିବା ପାଇଁ ଘୋଷଣା କରିବା ପରେ ଏବେ ଦେଇଥିବା ଉପହାରକୁ ଫେରାଇବାକୁ କହିଛି ସପା। ବିଧାନସଭା ନିର୍ବାଚନ ପୂର୍ବରୁ ସପା କେଶବ ଦେବ ମୌର୍ଯ୍ୟଙ୍କୁ ଏକ ପର୍ଚୁନର କାର ଉପହାରରେ ଦେଇଥିଲା। ଏବେ ଗଠବନ୍ଧନ ଭାଙ୍ଗିବା ପରେ ସପା ଦେଇଥିବା କାରକୁ ଫେରାଇବାକୁ କହିଛି।

ୟୁପି ବିଧାନସଭା ନିର୍ବାଚନର ଫଳାଫଳ ପରେ ରାଜ୍ୟସଭା ଏବଂ ବିଧାନ ପରିଷଦ ନିର୍ବାଚନରେ ​​ଲଢ଼ିବାର ସୁଯୋଗ ନମିଳିବାରୁ କେଶବ ଦେବ ମୌର୍ଯ୍ୟ ଅନେକ ଅଭିଯୋଗ ଆଣି ସପା ସହ ମେଣ୍ଟ ଭାଙ୍ଗିଛନ୍ତି। ମହାନ ଦଳ ଓ ସପା ଗଠବନ୍ଧନ କରିବା ପରେ ମେଣ୍ଟରେ ମହାନ ଦଳକୁ ମାତ୍ର ଦୁଇଟି ସିଟ୍ ମିଳିଥିଲା। ସପାର ନିର୍ବାଚନୀ ଚିହ୍ନ ସାଇକେଲ ସହ କେଶବଙ୍କ ପତ୍ନୀ ଏବଂ ପୁଅ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ମଧ୍ୟ ଉଭୟ ପରାସ୍ତ ହୋଇଥିଲେ। ମହାନ ଦଳ ସହ ଗଠବନ୍ଧନ କରି ସପା ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଭାବିଥିଲେ ବି ନିର୍ବାଚନ ପରେ ସେଭଳି ହୋଇପାରିନଥିଲା। ବିଧାନସଭା ନିର୍ବାଚନ ସମୟରେ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଦାଦା ପ୍ରଫେସର ରାମ ଗୋପାଳ ଯାଦବ କେଶବ ଦେବ ମୌର୍ଯ୍ୟଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କୁ ଭଗବାନ କୃଷ୍ଣଙ୍କ ଅବତାର ବୋଲି ବର୍ଣ୍ଣନା କରିଥିଲେ। ହେଲେ ନିର୍ବାଚନରେ ମହାନ ଦଳର ବିଶେଷ ପ୍ରଭାବ ନପଡ଼ିବାରୁ ସପା ମହାନ ଦଳକୁ ଗୁରୁତ୍ବ ଦେଇନଥିଲା। ଏହା ଫଳରେ ମେଣ୍ଟ ଭାଙ୍ଗବାକୁ ନିଷ୍ପତ୍ତି ନେଇଥିଲେ କେଶବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe