ମାୟାଙ୍କୁ ବି ମନକଥା ଜଣାଇଲେ ଅଖିଳେଶ:ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଆଗ୍ରହୀ

Advertisment
ମାୟାଙ୍କୁ ବି ମନକଥା ଜଣାଇଲେ ଅଖିଳେଶ:ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଆଗ୍ରହୀ

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ପ୍ରଧାନମନ୍ତ୍ରୀ ହେବାପାଇଁ ତାଙ୍କର ମନକଥାକୁ ନିର୍ବାଚନୀ ସଭାରେ କହିବା ପରେ ଏ ନେଇ ସପା ସୁପ୍ରିମୋ ଅଖିଳେଶ ଯାଦବ ମଧ୍ୟ ତାଙ୍କ ମନକଥା ପ୍ରଘଟ କରିଛନ୍ତି। ଅଖିଳେଶ କହିଛନ୍ତି ଯେ ସେ ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ କରିବାଲାଗି ସବୁ ଉଦ୍ୟମ କରିବେ। ତା’ବଦଳରେ ମାୟାବତୀ ତାଙ୍କୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କରାଇବେ। ମାୟାବତୀ ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସ୍ବପ୍ନ ପୂରଣ କରିବା ନିମନ୍ତେ ଏବେ ବିଶେଷ ଭାବେ ସମାଜବାଦୀ ପାର୍ଟି ଉପରେ ନିର୍ଭରଶୀଳ ଥିଲେ ମଧ୍ୟ ଏ ନେଇ ସପା ସୁପ୍ରିମୋ ଅଖିଳେଶ ଯାଦବ ଗତକାଲି ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିନଥିଲେ। ହେଲେ ଆଜି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀରୂପେ ଦେଖିବା ତାଙ୍କର ଇଚ୍ଛା, କିନ୍ତୁ ସେ ଉତ୍ତର ପ୍ରଦେଶରେ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଛନ୍ତି ଏବଂ ଏଥିପାଇଁ ମାୟାଙ୍କ ସହଯୋଗ ଲୋଡ଼ା। ଗତକାଲି ମାୟାବତୀ କହିଥିଲେ ଯେ ଏହି ନିର୍ବାଚନ ପରେ ଯଦି ପ୍ରଧାନମନ୍ତ୍ରୀ ହେବାପାଇଁ ତାଙ୍କ ନିମନ୍ତେ ସୁଯୋଗ ସୃଷ୍ଟି ହେବ ତା’ହେଲେ ସେ ଆମ୍ବେଦକର ନଗରରୁ ଲୋକସଭା ନିର୍ବାଚନ ଲଢ଼ିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe