ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଖୋଳ, ଶିବଲିଙ୍ଗ ବାହାରିବ : ଅଖିଳେଶ

ସମାଜବାଦୀ ପାର୍ଟି ସଭାପତି ତଥା ପୂର୍ବତନ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମହାକୁମ୍ଭ ପାଇଁ ଦିଆଯାଉଥିବା ନିମନ୍ତ୍ରଣକୁ ନେଇ ଆପତ୍ତି ଉଠାଇଛନ୍ତି । କୁମ୍ଭକୁ ଲୋକେ ନିଜର ବିଶ୍ବାସ ଅନୁସାରେ ଆସନ୍ତି ବୋଲି ସେ କହିଛନ୍ତି ।

ମେଣ୍ଟ ଉପରେ ପ୍ରଶ୍ନବାଚୀ: ‘ପିଡିଏ ଆମକୁ ଜିତାଇବ’, ଇଣ୍ଡିଆ ନାଁ ନେଲେନି ଅଖିଳେଶ

ଲକ୍ଷ୍ନୌ:  ମନ୍ଦିର ମସଜିଦ୍ ବିବାଦକୁ ନେଇ ସମାଜବାଦୀ ପାର୍ଟି (ସପା) ଶନିବାର ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ସମାଲୋଚନା କରିଛି। ସାମ୍ବାଦିକ ସମ୍ମିଳନୀରେ ଏ ପ୍ରସଙ୍ଗରେ ଅଖିଳେଶ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକ ଶିବଲିଙ୍ଗ ମଧ୍ୟ ଅଛି, ଏହା ମଧ୍ୟ ଖୋଳାଯିବା ଉଚିତ। ସମ୍ଭଲ ମାମଲାକୁ ଦୃଷ୍ଟିରେ ରଖି ଯୋଗୀ ସରକାରଙ୍କୁ ଏପରି ଟାର୍ଗେଟ କରିଛନ୍ତି ଏସପି ମୁଖ୍ୟ । ମନ୍ଦିର ମସଜିଦ ବିବାଦକୁ ନେଇ ଅଖିଳେଶ ଲଗାତାର ସ୍ୱର ଉତ୍ତୋଳନ କରି ଆସୁଛନ୍ତି।

ଲକ୍ଷ୍ନୌରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ ଯାଦବ କହିଛନ୍ତି, କୁମ୍ଭରେ ନିମନ୍ତ୍ରଣ ଦିଆଯାଏନାହିଁ। ଲୋକମାନେ ବିଶ୍ୱାସ ଅନୁସାରେ ନିଜେ କୁମ୍ଭକୁ ଆସନ୍ତି । ମୁଁ କାହା ବିଷୟରେ କିଛି କହିବାକୁ ଚାହୁଁନାହିଁ । ଆମେ ଆମ ଧର୍ମରେ ଶିଖିଛୁ ଓ ପଢ଼ିଛୁ ଯେ ଲୋକମାନେ ନିଜେ ଏଭଳି କାର୍ଯ୍ୟକ୍ରମକୁ ନିଜେ ଆସନ୍ତି । ଆସିବାକୁ ଥିବା ଲକ୍ଷ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି କି? ଏହି ସରକାର ଭିନ୍ନ।

ଲକ୍ଷ୍ନୌରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳେଶ ଯାଦବ କହିଛନ୍ତି, କୁମ୍ଭରେ ନିମନ୍ତ୍ରଣ ଦିଆଯାଏନାହିଁ। ଲୋକମାନେ ବିଶ୍ୱାସ ଅନୁସାରେ ନିଜେ କୁମ୍ଭକୁ ଆସନ୍ତି ।  ଆମେ ଆମ ଧର୍ମରେ ଶିଖିଛୁ ଓ ପଢ଼ିଛୁ ଯେ ଲୋକମାନେ ନିଜେ ଏଭଳି କାର୍ଯ୍ୟକ୍ରମକୁ ନିଜେ ଆସନ୍ତି । ଆସିବାକୁ ଥିବା ଲକ୍ଷ ଲକ୍ଷ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି କି? ଏହି ସରକାର ଭିନ୍ନ।

ଅଖିଳେଶ ଯାଦବ କହିଛନ୍ତି ଯେ କୁମ୍ଭମେଳା ଯେପରି ସଠିକ ଭାବରେ ସମ୍ପନ୍ନ ହେବ ସେଥିପାଇଁ ଆମେ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତ ଅଛୁ। ମୁଁ ମଧ୍ୟ ବାସ୍ତବତା ଯାଞ୍ଚ କରିଛି, ସାମ୍ବାଦିକ କୁମ୍ଭର ବାସ୍ତବତା ଯାଞ୍ଚ କରିଛନ୍ତି ଏବଂ ସବୁ କିଛି ପଦାକୁ ଆସିଛି। ମନ୍ଦିର ପାଇଁ ମସଜିଦ ଖନନ ସଂପର୍କିତ ପ୍ରଶ୍ନରେ ଅଖିଳେଶ ଯାଦବ କହିଛନ୍ତି, ମୁଁ କହୁଛି ପ୍ରତିଦିନ ଏହି ଖନନ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଖୋଳାଯାଉ, ସେଠାରୁ ବି ଶିବଲିଙ୍ଗ ବାହାରିବ। ରାଜ୍ୟପାଳ ଭବନରେ ମଧ୍ୟ ବେଆଇନ ନିର୍ମାଣ ଚାଲିଛି। ଏହି ସମ୍ବାଦିକ ସମ୍ମିଳନୀ ଅବସରରେ ସେ ମଧ୍ୟ ଇଭିଏମ ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ୍ କରିଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe