ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ଅଛି: ସ୍ବାତୀ ମାଲିୱାଲଙ୍କ ମାମଲାରେ କହିଲେ ଅଖିଳେଶ ଯାଦବ

Advertisment
ଆହୁରି ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଂଗ ଅଛି: ସ୍ବାତୀ ମାଲିୱାଲଙ୍କ ମାମଲାରେ କହିଲେ ଅଖିଳେଶ ଯାଦବ

www.indiatoday.in

ନୂଆଦିଲ୍ଳୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନରେ ଆମ୍ ଆଦମୀ ପାର୍ଟି (ଆପ୍‌) ସାଂସଦ ସ୍ବାତୀ ମାଲିୱାଲଙ୍କ ଉପରେ ହୋଇଥିବା ଦୁର୍ବ୍ୟବହାର ସମ୍ପର୍କରେ ପଚରାଯିବାରୁ ସେ କଥା ଏଡ଼େଇ ଦେଇଛନ୍ତି ସମାଜବାଦୀ ପାର୍ଟି (ଏସପି) ସଭାପତି ଅଖିଳେଶ ଯାଦବ। ଅଖିଳେଶ କହିଛନ୍ତି ଯେ ଏହି କଥାକୁ ବାଦ୍‌ ଦେଲେ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ରହିଛି। ।

କେଜ୍ରିୱାଲ ଏବଂ ଆପ୍‌ ନେତା ସଞ୍ଜୟ ସିଂଙ୍କ ସହ ଲକ୍ଷ୍ନୌରେ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବାବେଳେ ଏସପି ମୁଖ୍ୟ ଆଜି ଏପରି ବୟାନ ଦେଇଛନ୍ତି। ଯେତେବେଳେ ଜଣେ ସାମ୍ବାଦିକ ପଚାରିଥିଲେ ସ୍ବାତୀ ମାଲିୱାଲଙ୍କୁ ହୋଇଥିବା ଦୁର୍ବ୍ୟବହାର ମାମଲାରେ କହିବେ, ସେତେବେଳେ ଅଖିଳେଶ ମନ୍ତବ୍ୟ ଦେଇ କହିଛନ୍ତି ଯେ ଏହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟ ରହିଛି।

ସେହି ମାମଲା ସହ ଜଡିତ ଥିବା ପ୍ରଶ୍ନ ପଚରାଯିବା ବେଳେ ଅଖିଳେଶ ଯାଦବ ଏବଂ ସଞ୍ଜୟ ସିଂଙ୍କ ମଧ୍ୟରେ ବସିଥିବା କେଜ୍ରିୱାଲ ମାଇକ୍ରୋଫୋନ୍‌କୁ ଶେଷକୁ ପାସ୍‌ କରି ଦେଇଥିଲେ।

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ସ୍ବାତୀ ମାଲିୱାଲଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୁକ୍ତ  ବିଭବ କୁମାରଙ୍କୁ ବୁଧବାର ଲକ୍ଷ୍ନୌ ବିମାନବନ୍ଦରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସହ ଦେଖିବାକୁ ମିଳିଛି। ସେମାନଙ୍କ ସହ ଆପ୍‌ ନେତା ସଞ୍ଜୟ ସିଂହ ବି ନଜର ଆସିଥିଲେ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖର୍ଗେ, ସମାଜବାଦୀ ପାର୍ଟି (ଏସପି) ମୁଖ୍ୟ ଅଖିଳେଶ ଯାଦବ, ଆପ୍‌ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ସହ ବିରୋଧୀ ଇଣ୍ଡିଆ ମେଣ୍ଟ୍‌ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe