ମହାକୁମ୍ଭକୁ ସ୍ନାନ ପାଇଁ ଯାଇଥିବା ମହିଳାଙ୍କ ଫଟୋ ଟେଲିଗ୍ରାମରେ ବିକ୍ରି ହେଉଛି : ଅଖିଳେଶ ଯାଦବ

Advertisment

ମହାକୁମ୍ଭକୁ ପୁର୍ଣ୍ଣ୍ୟ ଅର୍ଜନ କରିବାକୁ ଆସିଥିବା ନାରୀ ଶକ୍ତିର ଫଟୋଗ୍ରାଫ ଖୋଲାଖୋଲି ବିକ୍ରି ହେବା ଖବରକୁ ନେଇ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ

ମହାକୁମ୍ଭକୁ ପୁର୍ଣ୍ଣ୍ୟ ଅର୍ଜନ କରିବାକୁ ଆସିଥିବା ନାରୀ ଶକ୍ତିର ଫଟୋଗ୍ରାଫ ଖୋଲାଖୋଲି ବିକ୍ରି ହେବା ଖବରକୁ ନେଇ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ

asq

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ପୁଣି ଥରେ ମହାକୁମ୍ଭକୁ ନେଇ ଗମ୍ଭୀର ପ୍ରଶ୍ନ ଉଠାଇଛନ୍ତି। 

ଅଖିଳେଶ ଯାଦବ ମହାକୁମ୍ଭରେ ସ୍ନାନ କରିବାକୁ ଯାଇଥିବା ମହିଳାଙ୍କ ଫଟୋ ବିକ୍ରି ପ୍ରସଙ୍ଗକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି ବର୍ଣ୍ଣନା କରି କହିଛନ୍ତି,‘ ଏହା ମହିଳାଙ୍କ ମର୍ଯ୍ୟାଦା ବିରୋଧୀ ଅଟେ। ଏହା ଏକ ଅତ୍ୟନ୍ତ ଅଶୋଭନୀୟ ଏବଂ ସମ୍ବେଦନଶୀଳ ଘଟଣା । ବିଜେପି ସରକାର ମହାକୁମ୍ଭରେ ମହିଳାଙ୍କ ସମ୍ମାନ ରକ୍ଷା କରିବାରେ ବିଫଳ ହୋଇଛି।
 

ମହାକୁମ୍ଭକୁ ପୁର୍ଣ୍ଣ୍ୟ ଅର୍ଜନ କରିବାକୁ ଆସିଥିବା ନାରୀ ଶକ୍ତିର ଫଟୋଗ୍ରାଫ ଖୋଲାଖୋଲି ବିକ୍ରି ହେବା ଖବରକୁ ନେଇ ଭକ୍ତଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ମହିଳାଙ୍କ ସମ୍ମାନ ରକ୍ଷା କରିବା ହେଉଛି ସରକାରଙ୍କ କର୍ତ୍ତବ୍ୟ, ଏହି ଅନଲାଇନ୍ ବିକ୍ରୟରୁ ଜିଏସଟି ରୋଜଗାର କରି ସରକାର କ’ଣ ଏହି ବେଆଇନ ବ୍ୟବସାୟରେ ଅଂଶୀଦାର ହେଉନାହାଁନ୍ତି କି?

 ଉତ୍ତର ପ୍ରଦେଶ ଏବଂ ଜାତୀୟ ମହିଳା ଆୟୋଗ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ଉଚିତ ଏବଂ ସକ୍ରିୟ ହେବା ଉଚିତ ଏବଂ ଦାୟୀ ସମସ୍ତ ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।  । ମୁଁ ଏହି ମାମଲାରେ ସମସ୍ତ ଦାୟିତ୍ୱବାନ ସଂସ୍ଥାଠାରୁ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛି।’ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe