ମାୟାବତୀ ପ୍ରଧାନମନ୍ତ୍ରୀ ହେବାପାଇଁ ତାଙ୍କର ମନକଥା ଜାଣିବାପରେ କ’ଣ କହିଲେ ଅଖିଳେଶ ଯାଦବ

Advertisment
ଅଖିଳେଶଙ୍କ ବିବାଦୀୟ ବୟାନ: ସ୍ବାଧୀନତା ଆନ୍ଦୋଳନର ହିରୋ ଥିଲେ ଜିନ୍ନା

photo-oneindia

ନୂଆଦିଲ୍ଲୀ: ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ ପ୍ରଧାନମନ୍ତ୍ରୀ ହେବାପାଇଁ ତାଙ୍କର ମନକଥାକୁ ନିର୍ବାଚନୀ ସଭାରେ କହିବା ପରେ ଏ ନେଇ ସପା ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ସେ ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀ କରିବାଲାଗି ସବୁ ଉଦ୍ୟମ କରିବେ। ତା’ବଦଳରେ ମାୟାବତୀ ତାଙ୍କୁ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ କରାଇବେ।

ମାୟାବତୀ ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ସ୍ବପ୍ନ ପୂରଣ କରିବା ନିମନ୍ତେ ଏବେ ବିଶେଷ ଭାବେ ସମାଜବାଦୀ ପାର୍ଟି ଉପରେ ନିର୍ଭରଶୀଳ ଥିଲେ ମଧ୍ୟ ଏ ନେଇ ସପା ସୁପ୍ରିମୋ ଅଖିଳେଶ ଯାଦବ ଗତକାଲି ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କରିନଥିଲେ । ହେଲେ ଆଜି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ କହିଛନ୍ତି ଯେ ମାୟାବତୀଙ୍କୁ ପ୍ରଧାନମନ୍ତ୍ରୀରୂପେ ଦେଖିବା ତାଙ୍କର ଇଚ୍ଛା।

publive-image photo-oneindia

ଏଠାରେ ସୂଚନାଯୋଗ୍ୟ ଯେ ଗତକାଲି ମାୟାବତୀ କହିଥିଲେ ଯେ ଏହି ନିର୍ବାଚନ ପରେ ଯଦି ପ୍ରଧାନମନ୍ତ୍ରୀ ହେବାପାଇଁ ତାଙ୍କ ନିମନ୍ତେ ସୁଯୋଗ ସୃଷ୍ଟି ହେବ ତା’ହେଲେ ସେ ଆମ୍ବେଦକର ନଗରରୁ ଲୋକସଭା ନିର୍ବାଚନ ଲଢ଼ିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe