ପ୍ରୟାଗରାଜ: ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ ଗତରବିବାର ଅପରାହ୍ନରେ ତାଙ୍କ ପୁଅ ଅର୍ଜୁନ ଯାଦବଙ୍କ ସହ ପ୍ରୟାଗରାଜସ୍ଥିତ ମହାକୁମ୍ଭ ନଗରରେ ପହଞ୍ଚିଥିଲେ।
ଏହି ଅବସରରେ ସେ ସଙ୍ଗମସ୍ଥଳରେ ୧୧ଥର ବୁଡ଼ ପକାଇଥିଲେ। ସଙ୍ଗମ ସ୍ନାନରୁ ଫେରିବା ପରେ ଅଖିଳେଶ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି। ଯେଉଁଥିରେ ସେ ୧୧ଥର ବୁଡ଼ ପକାଇବାର କାରଣ କହିଛନ୍ତି।
ଅଖିଲେଶ କହିଛନ୍ତି, ପ୍ରଥମ ବୁଡ଼ରେ ମାତା ତ୍ରିବେଣୀଙ୍କୁ ପ୍ରଣାମ ଜଣାଇଥିଲି। ଦ୍ବିତୀୟରେ ଆତ୍ମ-ଧ୍ୟାନରେ ବୁଡ଼ ପକାଇଥିଲି। ତୃତୀୟରେ ସମସ୍ତଙ୍କ ମଙ୍ଗଳ ପାଇଁ, ଚତୁର୍ଥରେ ସମସ୍ତଙ୍କ ଉନ୍ନତି ପାଇଁ, ପଞ୍ଚମ ଓ ଷଷ୍ଠ ବୁଡ଼ ସମସ୍ତଙ୍କ ମାନ ଓ ସମ୍ମାନ ପାଇଁ, ସପ୍ତମ ବୁଡ଼ ସମସ୍ତ ସମସ୍ୟାର ସମାଧାନ ପାଇଁ, ଅଷ୍ଟମରେ କଷ୍ଟରୁ ମୁକ୍ତି ପାଇଁ ନବମରେ ପ୍ରେମ ଓ ଆହ୍ବାନ ପାଇଁ, ଦଶମ ବୁଡ଼ ଦେଶ ନିର୍ମାଣ ପାଇଁ ଓ ଏକାର ଥର ବୁଡ଼ ଏକତା ପାଇଁ ପକାଇଥିଲି।’
ଏହି ଅବସରରେ ଅଖିଳେଶ ବିଜେପିକୁ ଟାର୍ଗେଟ କରିବାକୁ ଭୁଲିନଥିଲେ । ସେ କହିଥିଲେ ଯେ କୁମ୍ଭକୁ ଲୋକେ ପୂଣ୍ୟ କରିବାକୁ ଆସନ୍ତି, ଓ୍ବାଟର ସ୍ପୋର୍ଟସ କରିବାକୁ ଆସନ୍ତି ନାହିଁ ।’
Follow Us