ଉତ୍ତର ପ୍ରଦେଶ ବିଧାନସଭାରେ ଅସଭ୍ୟ ଭାଷା କହିଲେ ଅଖିଳେଶ ଯାଦବ, ହସ୍ତକ୍ଷେପ କଲେ ଯୋଗୀ ଆଦିତ୍ୟନାଥ

Advertisment
ଉତ୍ତର ପ୍ରଦେଶ ବିଧାନସଭାରେ ଅସଭ୍ୟ ଭାଷା କହିଲେ ଅଖିଳେଶ ଯାଦବ, ହସ୍ତକ୍ଷେପ କଲେ ଯୋଗୀ ଆଦିତ୍ୟନାଥ

Image Courtesy of India Ahead

ଲକ୍ଷ୍ନୌ: ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ମନ୍ତବ୍ୟ ବିରୋଧୀ ଦଳର ନେତା ଅଖିଳେଶ ଯାଦବଙ୍କୁ ଉତ୍ତ୍ୟକ୍ତ କରାଇବାରୁ ବୁଧବାର ଦିନ ଉତ୍ତର ପ୍ରଦେଶ ବିଧାନସଭାରେ ‘ବିଜେପି’ ଏବଂ ‘ସମାଜବାଦୀ ପାର୍ଟି’ ସଦସ୍ୟମାନଙ୍କ ମଧ୍ୟରେ ବାକ୍‌ବିତଣ୍ଡା ହୋଇଥିଲା।

ଏଥିରେ ହସ୍ତକ୍ଷେପ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଲେ, ବିଧାନସଭା ଚାଲିଥିବା ବେଳେ ଅସଭ୍ୟ କଥା ଓ ଧମକଚମକ ଦେବା ଅନୁଚିତ। ଏହା ଗୋଟାଏ ମନ୍ଦ ଧାରା ସୃଷ୍ଟି କରିବ।

ରାଜ୍ୟପାଳଙ୍କ ଉଦ୍‌ବୋଧନ ସଂକ୍ରାନ୍ତ ବିତର୍କରେ ଅଂଶ ଗ୍ରହଣ କରି ଗୃହରେ ଭାଷଣ ଦେବା ବେଳେ ଉପମୁଖ୍ୟମନ୍ତ୍ରୀ ମୌର୍ଯ୍ୟ କହିଲେ, ନିଜେ ମୁଖ୍ୟମନ୍ତ୍ରୀ ଥବା ବେଳେ ରାଜ୍ୟରେ ହୋଇଥିବା କାର୍ଯ୍ୟାବଳିଗୁଡ଼ିକୁ ଅଖିଳେଶ ଯାଦବ ପ୍ରଶଂସା କରୁଛନ୍ତି। ଯଦି ତାଙ୍କ କାର୍ଯ୍ୟାବଳି ସବୁ ଏଡ଼େ ଭଲ ନିର୍ବାଚନରେ ଜନସାଧାରଣ ସମାଜବାଦୀ ପାର୍ଟିକୁ ମୂଳପୋଛ କରି ଦେଇ ନ ଥାନ୍ତେ।

publive-image Image Courtesy of NDTV

ଆପଣାର ୫ ବର୍ଷିଆ ପାଳିରେ ହାସଲ କରିଥିବା କୃତିତ୍ବ ସବୁକୁ ବଖାଣି ବଖାଣି ବିରୋଧୀ ଦଳ ନେତା ଅବସନ୍ନ ହୋଇଯାଉ ନାହାନ୍ତି। ଆପଣଙ୍କୁ କି ରୋଗ ହୋଇଛି? ଯଦି କିଛି ରୋଗ ହୋଇଛି, ମୋ ମତରେ ପରୀକ୍ଷା କରାଇ ନିଅନ୍ତୁ। ତାଙ୍କ ଇଚ୍ଛା ଅନୁସାରେ, ଯେକୌଣସି ସ୍ଥାନରେ ଉପଯୁକ୍ତ ଚିକିତ୍ସା କରାନ୍ତୁ ବୋଲି ବିରୋଧୀ ଦଳର ନେତାଙ୍କୁ ମୁଁ ଅନୁରୋଧ କରୁଛି। ସବୁ ଯୋଜନାରେ ସମାଜବାଦୀ ପାର୍ଟିର ଷ୍ଟିକର୍‌ ମାରିବା ରୋଗରୁ ସୁସ୍ଥ ହୁଅନ୍ତୁ ବୋଲି ମୌର୍ଯ୍ୟ କହିଥିଲେ। ୫ ବର୍ଷ ହେବ କ୍ଷମତାରେ ନାହଁ। ଆଉ ୫ ବର୍ଷ ବି କ୍ଷମତାରେ ରହିବ ନାହିଁ। ଆଉ ୨୫ ବର୍ଷ ପରେ ଯାଇ ଆପଣ କ୍ଷମତାକୁ ଫେରିବେ। ରାସ୍ତା, ଏକ୍ସପ୍ରେସ୍‌ ୱେ, ମେଟ୍ରୋ ଆଦି କିଏ କରିଛି? ମନେହୁଏ ସୈଫାଇରେ ଥିବା ଆପଣଙ୍କ ଜମି ବିକ୍ରି ଟଙ୍କାରେ ଏ ସବୁ ‌ତିଆରି ହୋଇଛି।

ମୌର୍ଯ୍ୟଙ୍କର ଏଭଳି ଆକ୍ଷେପରେ ଉତ୍ତ୍ୟକ୍ତ ହୋଇ ଅଖିଳେଶ ଯାଦବ ପ୍ରତିବାଦ କରିବାରୁ ସମାଜବାଦୀ ପାର୍ଟିର ସଦସ୍ୟମାନେ ତାଙ୍କୁ ସମର୍ଥନ କରିଥିଲେ।

ଅଖିଳେଶ ଯାଦବ ଚିତ୍କାର କରିବାରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହସ୍ତକ୍ଷେପ କରି କହିଲେ, ଜଣେ ସମ୍ମାନିତ ନେତାଙ୍କ ପ୍ରତି ଅସଭ୍ୟ ଭାଷ ପ୍ରୟୋଗ କରିବା ଅନୁଚିତ। ଉତ୍ତେଜିତ ନ ହେବାକୁ ମୁଁ ସବିନୟ ବି‌ରୋଧୀ ଦଳର ନେତାଙ୍କୁ କହୁଛି। ଏଇଟା ସୈଫାଇ କଥା ନୁହେଁ। ଆମେ ସରକାରରେ ଥିବାରୁ ହେଉଥିବା ବିକାଶମୂଳକ କାର୍ଯ୍ୟ ଏବଂ ହେବାକୁ ଥିବା ବିକାଶମୂଳକ କାର୍ଯ୍ୟ କରିବା ହେଉଛି ଆମର କର୍ତ୍ତବ୍ୟ। ଆପଣାର ସାଫଲ୍ୟ ବଖାଣିବା ଲାଗି ସରକାରଙ୍କର ଅଧିକାର ଅଛି। ଉପମୁଖ୍ୟମନ୍ତ୍ରୀ ଯାହା କହୁଛନ୍ତି, ଆମେ ତାହା ଶୁଣିବା ଉଚିତ। ଜବାବ ମଧ୍ୟ ଦେବା ଉଚିତ। କିନ୍ତୁ, ଏଭଳି ଚିତ୍କାର କରିବା ଅନୁଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe