ଅଖିଳେଶ ଯାଦବଙ୍କ ବଡ଼ ଘୋଷଣା, ୨୦୨୨ରେ ଲଢ଼ିବେ ନାହିଁ ବିଧାନସଭା ନିର୍ବାଚନ

Advertisment
ଅଖିଳେଶ ଯାଦବଙ୍କ ବଡ଼ ଘୋଷଣା, ୨୦୨୨ରେ ଲଢ଼ିବେ ନାହିଁ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ସାମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଳେଶ ଯାଦବ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି କି, ଆଗାମୀ ଅର୍ଥାତ ୨୦୨୨ରେ ହେବାକୁ ଥିବା ନିର୍ବାଚନ ଲଢ଼ିବେ ନାହିଁ। ଉତ୍ତରପ୍ରଦେଶରେ ଆଗାମୀ ବର୍ଷ ଆରମ୍ଭରୁ ବିଧାନସଭା ନିର୍ବାଚନ ହେବାର ଅଛି। ଏହାକୁ ଦୃଷ୍ଟିରେ ରଖି ଅନେକ ପାର୍ଟ ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।

ଗଣମାଧ୍ୟମକୁ ଅଖିଳେଶ ଯାଦବ କହିଛନ୍ତି, ଉତ୍ତରପ୍ରଦେଶ ନିର୍ବାଚନ- ୨୦୨୨ରେ ତାଙ୍କର ଓ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମଧ୍ୟରେ ମେଣ୍ଟ ହୋଇଯାଇଛି। ଖାଲି ଆସନକୁ ନେଇ ଆଲୋଚନା ବାକି ରହିଛି।

ଅଖିଳେଶ ଯାଦବ ସମ୍ପ୍ରତି ଆଜମଗଡ଼ର ସାଂସଦ ଅଛନ୍ତି। ଗତ ରବିବାର ଉତ୍ତର ପ୍ରଦେଶ ହର୍ଦୋଇ ଠାରେ ଏକ ରାଲିରେ ଅଖିଳେଶ କହିଛନ୍ତି “ସର୍ଦ୍ଦାର ପଟେଲ, ମହାତ୍ମା ଗାନ୍ଧୀ, ଜୱାହରଲାଲ ନେହରୁ ଏବଂ ଜିନ୍ନା ଗୋଟିଏ ସଂସ୍ଥାନରେ ପାଠ ପଢ଼ି ବାରିଷ୍ଟର ହୋଇଥିଲେ। ସେମାନେ ଦେଶକୁ ସ୍ୱାଧୀନତା ଦେଇଥିଲେ। ସ୍ୱାଧିନତା ପାଇଁ ସେମାନେ ସଂଘର୍ଷ କରିବାକୁ ପଛେଇ ନଥିଲେ। ’

ଅଖିଳେଶ ଜିନ୍ନାଙ୍କୁ ମହାତ୍ମା ଗାନ୍ଧୀ ଓ ପଟେଲଙ୍କ ସହ ତୁଳନା କରିବା ବୟାନକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜିନ୍ନାଙ୍କୁ ପଟେଲଙ୍କ ସହିତ ତୁଳନାକୁ ଲଜ୍ଜାନୀୟ ବୋଲି କହିବା ସହିତ ଅଖିଳେଶଙ୍କୁ କ୍ଷମା ମାଗିବାକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe