ଅଖିଳେଶଙ୍କ ବିବାଦୀୟ ବୟାନ: ସ୍ବାଧୀନତା ଆନ୍ଦୋଳନର ହିରୋ ଥିଲେ ଜିନ୍ନା

Advertisment

କଡ଼ା ସମାଲୋଚନା କଲା ବିଜେପି, ଏହା ତାଲିବାନୀ ଚିନ୍ତାଧାରା: ଯୋଗୀ

କଡ଼ା ସମାଲୋଚନା କଲା ବିଜେପି, ଏହା ତାଲିବାନୀ ଚିନ୍ତାଧାରା: ଯୋଗୀ

ଅଖିଳେଶଙ୍କ ବିବାଦୀୟ ବୟାନ: ସ୍ବାଧୀନତା ଆନ୍ଦୋଳନର ହିରୋ ଥିଲେ ଜିନ୍ନା

photo-oneindia

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗତକାଲି ଏକ ବିବାଦୀୟ ବୟାନ ଦେଇଛନ୍ତି। ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲି ଜିନ୍ନାଙ୍କୁ ଅଖିଳେଶ ଭାରତର ସ୍ବାଧୀନତା ଆନ୍ଦୋଳନର ଜଣେ ହିରୋ କହି କଡ଼ା ସମାଲୋଚନାର ଶିକାର ହୋଇଛନ୍ତି। ଅଖିଳେଶ ଯାଦବ ଗତକାଲି ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଉତ୍ସବରେ ଏକ ରୢାଲିରେ ଉଦ୍‌ବୋଧନ ଦେବା ସମୟରେ ପ‌ଟେଲଙ୍କ ସଂକ୍ରାନ୍ତରେ ଭାଷଣ ରଖିବାବେଳେ ତାଙ୍କୁ ଭାରତର ଲୌହମାନବ କହିଥିଲେ। କିନ୍ତୁ ଅଖିଳେଶ ତାଙ୍କୁ ଜିନ୍ନାଙ୍କ ସହ ତୁଳନା କରିଥିଲେ। ଅଖିଳେଶ କହିଥିଲେ, ସର୍ଦ୍ଦାର ପଟେଲ୍‌, ମହାତ୍ମା ଗାନ୍ଧୀ, ଜବାହରଲାଲ୍‌ ନେହରୁ, ମହମ୍ମଦ ଅଲି ଜିନ୍ନା ସମସ୍ତେ ଗୋଟିଏ ଅନୁଷ୍ଠାନର। ସେମାନେ ସମସ୍ତେ ଗୋଟିଏ ଅନୁଷ୍ଠାନରେ ଅଧ୍ୟୟନ କରିଛନ୍ତି। ସେମାନେ ବାରିଷ୍ଟର ହୋଇଥିଲେ ଏବଂ ଦେଶର ସ୍ବାଧୀନତା ପାଇଁ ଲଢ଼ିଥିଲେ। ତେବେ ଅଖିଳେଶଙ୍କ ଏହି ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛନ୍ତି ଯୋଗୀ ଏବଂ ଅନ୍ୟ ବରିଷ୍ଠ ବିଜେପି ନେତା। ଯୋଗୀ କହିଛନ୍ତି, ଜିନ୍ନାଙ୍କୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସହ ତୁଳନା କରିବା ଅତ୍ୟନ୍ତ ଲଜ୍ଜାଜନକ। ଏହା ତାଲିବାନୀ ଚିନ୍ତାଧାରା। ସର୍ଦ୍ଦାର ପଟେଲ ଦେଶକୁ ଏକ କରିଥିଲେ। ତେଣୁ ତାଙ୍କୁ ଜିନ୍ନାଙ୍କ ସହ ତୁଳନା କରିବା ଲଜ୍ଜାଜନକ। ଯୋଗୀ ଏଥିପାଇଁ ଅଖିଳେଶଙ୍କଠାରୁ କ୍ଷମା ଦାବି କରିଛନ୍ତି। ବିଜେପି କହିଛି ଆଗକୁ ନିର୍ବାଚନ ଥିବାବେଳେ ଅଖିଳେଶ ‘ମୁସଲିମ ତୁଷ୍ଟୀକରଣ’ ପାଇଁ ଚେଷ୍ଟା କରୁଛନ୍ତି।

ହାଇଦ୍ରାବାଦ ସାଂସଦ ଅସଉଦ୍ଦିନ ଅୱେସି ମଧ୍ୟ ଅଖିଳେଶଙ୍କୁ ସମାଲୋଚନା କରିଛନ୍ତି। ଅୱେସି କହିଛନ୍ତି, ଯଦି ଅଖିଳେଶ ଭାବୁଛନ୍ତି ଯେ ସେ ଏଭଳି କରି କିଛି ଲୋକଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି ତେବେ ତାହା ଭୁଲ୍‌। ଅଖିଳେଶ ନିଜ ପରାମର୍ଶଦାତାଙ୍କୁ ବଦଳାନ୍ତୁ। ସେ ମଧ୍ୟ ନିଜକୁ ଅଧିକ ଶିକ୍ଷିତ କରନ୍ତୁ ଏବଂ ଇତିହାସ ପଢ଼ନ୍ତୁ ବୋଲି ଅୱେସି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe