ତାଲିବାନ ଭୟରେ ପଳାଇ ଯାଇଥିବା ୨୦୦ ଆଫଗାନିସ୍ତାନ ନାଗରିକଙ୍କୁ ଫେରାଇ ଦେଲା ପାକିସ୍ତାନ

ତାଲିବାନ ଭୟରେ ପଳାଇ ଯାଇଥିବା ୨୦୦ ଆଫଗାନିସ୍ତାନ ନାଗରିକଙ୍କୁ ଫେରାଇ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରି ନେବା ପରେ ଭୟରେ ପାକିସ୍ତାନ ପଳାଇଥିବା  ୨୦୦ ଆଫଗାନିସ୍ତାନ ନାଗରିକଙ୍କୁ ପାକିସ୍ତାନ ଫେରାଇ ଦେଇଛି। ଏଥିରେ ମହିଳା ଓ ଶିଶୁ ବି ସାମିଲ ଥିଲେ। ପାକିସ୍ତାନର କହିବାନୁସାରେ, ଏମାନେ ବେଆଇନ ଭାବେ ପାକିସ୍ତାନରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ।

ତାଲିବାନ ଯେତେବେଳେ ଆଫଗାନିସ୍ତାନକୁ ଦଖଲ କଲା ସେତେବେଳେ ହଜାର ସଂଖ୍ୟାରେ ଲୋ‌କେ ଦେଶ ଛାଡ଼ି ଚାଲି ଯାଇଥିଲେ। ଅନେକ ସଂଖ୍ୟାରେ ଲୋକେ ଆଫଗାନିସ୍ତାନର ଭିନ୍ନଭିନ୍ନ ସ୍ଥାନରୁ ଆସି ପାକିସ୍ତାନ ସୀମାରେ ପହଞ୍ଚି ଯାଇଥିଲେ। ସେହିପରି ଆହୁରି କିଛିଲୋକ ଜୀବନବିକଳରେ ରେଳଷ୍ଟେସନରେ ଯାଇ ଆଶ୍ରୟ ନେଇଥିଲେ।

ପାକିସ୍ତାନ ରିପୋର୍ଟ ଅନୁଯାୟୀ, ସ୍ଥାନୀୟ ଅଧିକାରୀ କାହାରିକୁ ଆଗକୁ ଯିବାକୁ ଦେଇ ନଥିଲେ।  ପାକିସ୍ତାନ ପୁଲିସ ଆଫଗାନିସ୍ତାନ ନାଗରିକଙ୍କୁ କାବୁ କରି ନେଇଥିଲା। ପାକିସ୍ତାନକୁ ଆଫଗାନିସ୍ତାନରୁ ଅନେକ ସଂଖ୍ୟାରେ ଲୋକ ଆସୁଛନ୍ତି। କିନ୍ତୁ ଯେଉଁମାନଙ୍କ ପାଖରେ ପାସପୋର୍ଟ ଓ ଭିସା ରହିଛି ସେହି ଲୋକମାନଙ୍କୁ ହିଁ କେବଳ ଯିବାକୁ ଅନୁମତି ଦିଆଯାଉଛି। ପାକିସ୍ତାନରେ ପାଖାପାଖି ୩ମିଳିୟନ ଆଫଗାନିସ୍ତାନ ନାଗରିକ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe